କନକ ବ୍ୟୁରୋ: ଦେଶକୁ ଥରାଇଦେଇଛି ଡେରାଡୁନ ଆକ୍ସିଡେଣ୍ଟ୍ । ଦ୍ରୁତ ଗତି ଓ ମଦ ନିଶା ନେଇଗଲା ୬ ଜୀବନ । ସୋମବାର ବିଳମ୍ବିତ ରାତିରେ ଙଘଏଉ ଛକରେ ଏକ ଦ୍ରୁତବେଗରେ ଯାଉଥିବା କାର କଣ୍ଟେନର ପଛକୁ ଧକ୍କା ଦେଇଥିଲା । ଗୋଟିଏ ମୁହୂର୍ତ୍ତରେ ୬ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଯୁବତୀ ମଧ୍ୟ ଅଛନ୍ତି । କାର ପୂରା ଚୁର ମାର ହୋଇଯାଇଛି , ଏବଂ କାରକୁ ଦେଖିଲେ ଜଣାପଡୁଛି ଯେ କାରର ବେଗ କେତେ ରହିଥିଲା ତାହା ବାରି ହୋଇ ପଡ଼ୁଛି । ଘଟଣାସ୍ଥଳରେ ପ୍ରାୟ ୬୦ ମିଟର ପର୍ୟ୍ୟନ୍ତ ମୃତଦେହର ଅଂଶ ବିଛିନ୍ନ ହୋଇ ରହିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବନ୍ଧୁ ଗୁରୁତର ଆହତ ହୋଇ ସିନାର୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକମାନେ ହେଲେ ଗୁନୀତ, କୁନାଲ କୁକ୍ରେଜା, ଚମ୍ବା ହିମାଚଳ ପ୍ରଦେଶର ରାଜେନ୍ଦ୍ର ନାଗର, ରାଜପୁର ରୋଡ୍ ଜାଖାନ୍ ନିବାସୀ ଋଷଭ ଜୈନ, ସୁନୀଲ ଅଗ୍ରୱାଲ । ଏହି ଦୁର୍ଘଟଣାରେ ରାଜପୁର ରୋଡରେ ରହୁଥିବା ବିପିନ କୁମାର ଅଗ୍ରୱାଲ ଆହତ ହୋଇଛନ୍ତି । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ସାଙ୍ଗ ଏକ କାରରେ ଯାଉଥିଲେ । ଅତୁଲ ଅଗ୍ରୱାଲ କାର ଚଳାଉଥିଲେ । ସୋମବାର ରାତି ପ୍ରାୟ ୨ଟା ୪୫ ମିନିଟରେ ତାଙ୍କ ଗାଡି ବଲୁପୁର ଛକରୁ କାଉଲାଗଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ କିଶନନଗର ଛକରୁ ଆସୁଥିବା କଣ୍ଟେନରର ପଛ ଭାଗକୁ କାରଟି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଜଣଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିଲା । ମଙ୍ଗଳବାର ମୃତଦେହକୁ କୋରୋନେସନ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଦେଶକୁ ଥରାଇଦେଇଛି ଡେରାଡୁନ ଦୁର୍ଘଟଣା । ଶରୀରକୁ ଅଲଗା ହୋଇଗଲା ମୁଣ୍ଡ ।
ସୋମବାର ବିଳମ୍ବିତ ରାତିରେ ଙଘଏଉ ଛକରେ ଏକ ଦ୍ରୁତବେଗରେ ଯାଉଥିବା କାର କଣ୍ଟେନର ପଛକୁ ଧକ୍କା ଦେଇଥିଲା । ଗୋଟିଏ ମୁହୂର୍ତ୍ତରେ ୬ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା ।