କନକ ବ୍ୟୁରୋ: ପାର୍ଟ ପ୍ଲଟ ବିକ୍ରି ପାଇଁ କଟକଣା ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ସଂପୂର୍ଣ୍ଣ ବାଟ ବନ୍ଦ ଥିଲା । ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଛି । ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘ ଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ । ଲୋକ କ୍ଷତି ସହିବା ସହ ହଇରାଣ ହେଉଥିଲେ। ସମସ୍ତ ଷ୍ଟକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି। କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ପୂର୍ବରୁ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣି ସାନି ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ନୂଆ ସଂଶୋଧନ ଅନୁସାରେ, ଏଣିକି ଥରକରେ ୫୦୦ ବର୍ଗ ମିଟର ବା ୫୩୮୨ ବର୍ଗଫୁଟରୁ କମ୍ ଜାଗାକୁ ବିକ୍ରି କରି ହେବ । ଏଥିପାଇଁ କୌଣସି ଲେଆଉଟ ଅନୁମୋଦନ ଦରକାର ପଡ଼ିବନି ।

Advertisment

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଫିଟିଲା ବାଟ
- ପରିବାର ସଦସ୍ୟଙ୍କ ମଧ୍ୟରେ ଉପବିଭାଜନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ
- ବିଭାଜିତ ପ୍ଲଟ ୫୦୦ ବର୍ଗ ମିଟରରୁ କମ୍ ଏବଂ କୌଣସି ସ୍ଥାବର ସମ୍ପତ୍ତି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ନଥିଲେ ଲେଆଉଟ୍ ଅନୁମୋଦନରୁ ଏକକାଳୀନ ଛାଡ଼ ହେବ
- ଉପବିଭାଜିତ ପ୍ଲଟ ୫୦୦ ବର୍ଗ ମିଟରରୁ କମ୍ ହେଲେ ଏକାସଙ୍ଗେ କ୍ରୟ କରୁଥିବା ଲୋକମାନେ ଉପବିଭାଜନ କରିପାରିବେ
- ନିୟମ କାର୍ଯ୍ୟକାରୀ ପୂର୍ବରୁ ପଞ୍ଜିକୃତ ପ୍ଲଟ୍‌ ଗୁଡ଼ିକୁ କରାଯାଇଥିବା କାରବାର ଲାଗି ଲେଆଉଟ୍ ଅନୁମୋଦନ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ
- ନୂଆ ନିୟମ କୃଷି ଜମି ପାଇଁ ପ୍ରଯୁଜ୍ୟ ହେବ ନାହିଁ, କିସମ କେବଳ କୃଷି କ୍ଷେତ୍ର ରହିବ 
-ଜରିମାନା ଦେଇ ୬ ମିଟର ଆକ୍ସେସ ରୋଡ ଥିବା ଅନଧିକୃତ ପାର୍ଟ ପ୍ଲଟକୁ ନିୟମିତ କରିପାରିବେ
- ପୂର୍ବରୁ ନିୟମିତକରଣ ହୋଇଥିବା ମାମଲା ପୁନଃ ଖୋଲାଯିବ ନାହିଁ
- ନିୟମିତକରଣ ପାଇଁ ଆବେଦନ ଏବଂ ବିବେଚନା କରାଯାଇଥିବା ଅନଧିକୃତ ଲେଆଉଟ୍ କେବଳ ସେହି ସ୍କିମ୍ ଅଧୀନରେ ନିଆଯିବ