Budget Photograph: (google)
କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇ ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରି ୨୮ରୁ ଫେବ୍ରୁଆରି ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ଫେବ୍ରୁଆରି ପହିଲାରେ ରବିବାର ପଡୁଥିଲେ ବି ପୂର୍ବାହ୍ନ ୧୧ଟା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬- ୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସଂସଦରେ ଏଥର ବିରୋଧୀ ଭିବି-ଜି- ରାମଜି ଆଇନ ପ୍ରସଙ୍ଗ ଉଠାଇବାର ଯଥେଷ୍ଟ ସମ୍ଭାବନା ଅଛି । ମହାତ୍ମା ଗାନ୍ଧୀଙ୍କ ନାଁ କାଟି ମନରେଗା ବଦଳରେ ସରକାର ଭିବି -ଜି -ରାମଜି ଆଇନ ଆଣିଥିବାରୁ କଂଗ୍ରେସ ପ୍ରଥମରୁ ଜୋରଦାର ବିରୋଧ କରିଆସୁଛି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ହୋଇପାରେ । ଏହାସହ ଏସ୍ଆଇଆର୍, ଦେଶର ବୈଦେଶିକ ନୀତି, ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା, ବାୟୁ ପ୍ରଦୂଷଣ, ଅର୍ଥନୀତି ପରି ପ୍ରସଙ୍ଗକୁ ନେଇ ଅଧିବେଶନରେ ତାତି ବଢ଼ିପାରେ । ଆଜି ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବୈଠକ ଡକାଇଥିଲା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥି ଅଧ୍ୟକ୍ଷତା କରିଥିଲେ।
Follow Us