ବଢିପାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ । ଆଜି ବି ଗୃହରେ ଆଲୋଚନା ।

ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜେପିସି ବୈଠକରେ କମିଟିର ସଦସ୍ୟମାନଙ୍କ ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, କମିଟିର କାର୍ଯ୍ୟକାଳ

sansad waqf

କନକ ବ୍ୟୁରୋ: ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜେପିସି ବୈଠକରେ କମିଟିର ସଦସ୍ୟମାନଙ୍କ ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଉ କାରଣ ଏହି ପ୍ରସଙ୍ଗରେ ଏବେ ବି ଅନେକ ଅଂଶୀଦାରଙ୍କ ସହ ଅନେକ ବୈଠକ ଓ ଆଲୋଚନା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ବାଚସ୍ପତି ଜଗଦମ୍ବିକା ପାଲ କମିଟିର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଛନ୍ତି , ଏହି କମିଟି ଗୃହ ବିଭାଗ ଦ୍ୱାରା ଗଠିତ ହୋଇଥିବାରୁ ସେମାନେ ସେମାନଙ୍କ ନିକଟରେ ରଖିଥିବା ଦାବିକୁ ଆଜି ଗୃହରେ ଉପସ୍ଥାପନ କରିବେ। ତେଣୁ କମିଟିର କାର୍ଯ୍ୟକାଳ ବଢ଼ାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗୃହରେ ନିଆଯିବ। ଅର୍ଥାତ୍ ଚଳିତ ଶୀତ କାଳୀନ ଅଧିବେଶନରେ କୌଣସି ଓ୍ଵାକଫ୍ ସଂଶୋଧନ ବିଲ୍ ରହିବ ନାହିଁ କି ଏହାକୁ ପାରିତ କରିବା ନେଇ କୌଣସି ଆଲୋଚନା ହେବ ନାହିଁ। 

ମିଳିଥିବା ସୂଚନା ଅନୁଯାୟୀ, ଅନେକ ରାଜ୍ୟ ଏପର୍ଯ୍ୟନ୍ତ କମିଟି ପଚାରିଥିବା ପ୍ରଶ୍ନର ଉତ୍ତର ଦେଇନାହାନ୍ତି ଏବଂ କମିଟି ପଚାରିଥିବା ପ୍ରଶ୍ନଗୁଡ଼ିକୁ ରାଜ୍ୟଗୁଡ଼ିକ ବାରମ୍ବାର ସ୍ମାରକପତ୍ର ଦେବା ସତ୍ତ୍ୱେ ଉତ୍ତର ଆସୁନାହିଁ। ଏହା ସହିତ କମିଟିକୁ ଆହୁରି ଅନେକ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ପଡ଼ିବ ଏବଂ ସେମାନଙ୍କ ସହ ଆଲୋଚନା କରିବା ପରେ ହିଁ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ ।ୱା କଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ ନଭେମ୍ବର ୨୯ ତାରିଖ ଶୁକ୍ରବାର ଶେଷ ହେବ। ଏଭଳି ସ୍ଥିତିରେ ଏହି କମିଟିକୁ ଆଗକୁ ବଜାୟ ରଖିବାକୁ ହେଲେ କମିଟିର କାର୍ଯ୍ୟକାଳ ବଢ଼ାଇବା ଜରୁରୀ ଏବଂ ସେଥିପାଇଁ ସମସ୍ତ ସଦସ୍ୟଙ୍କ ସହମତି ପରେ କମିଟିର କାର୍ଯ୍ୟକାଳ ବୃଦ୍ଧି ପାଇଁ ଗୃହର ଅନୁମତି ନିଆଯିବ।  

ତେବେ ଜେପିସି ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି। ଶାସକ ବିଜେପି ସଦସ୍ୟ ଏବଂ ବିରୋଧୀ ନେତାଙ୍କ ମଧ୍ୟରେ ଅନେକ ସମୟରେ ବୈଠକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ସାରା ଦେଶରେ ଓ୍ଵାକଫ୍ ସମ୍ପତ୍ତିର ପରିଚାଳନା ଓ ନିୟନ୍ତ୍ରଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିବାଦୀୟ ଓ୍ଵାକଫ୍ ସଂଶୋଧନ ବିଲ୍ ୨୦୨୫ ଫେବ୍ରୁଆରିରେ ବଜେଟ୍ ଅଧିବେଶନରେ ଆଗତ ହେବାର ସମ୍ଭାବନା ରହିଛି।ଏହି ବିଲ୍ ର ସମୀକ୍ଷା କରୁଥିବା ଯୁଗ୍ମ ସଂସଦୀୟ କମିଟିରେ ତୀବ୍ର ବିତର୍କ ଓ ବାଧା ସୃଷ୍ଟି ହେବାରୁ ଏହି ବିଲ୍ ଆସନ୍ତା ସଂସଦ ଅଧିବେଶନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe