କନକ ବ୍ୟୁରୋ : ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ବର୍ଷ ୨୦୨୪-୨୫ ପାଇଁ ୨୪ଟି ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ସମିତିରେ ଉଭୟ ରାଜ୍ୟସଭା ଓ ଲୋକସଭା ସଦସ୍ୟ ସାମିଲ ଅଛନ୍ତି । ବିରୋଧୀ ଦଳ କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ୬ଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷତା ଦାବି କରିଥିଲା । ହେଲେ କଂଗ୍ରେସକୁ ୪ଟି ବିଭାଗର ଅଧ୍ୟକ୍ଷତା ପଦ ଦିଆଯାଇଛି । ରାହୁଲ ଗାନ୍ଧୀଙ୍କୁ ରକ୍ଷା ବିଭାଗ କମିଟିର ସଦସ୍ୟତା ପଦ ମିଳିଛି । ବିଦେଶ, ଶିକ୍ଷା, କୃଷି ଓ ଗ୍ରାମିଣ ବିଭାଗ କମିଟିର ଅଧ୍ୟକ୍ଷତା କଂଗ୍ରେସକୁ ଦିଆଯାଇଛି । ସେପଟେ ବିଜେପି ୧୧ଟି କମିଟିର ଅଧ୍ୟକ୍ଷତା କରିବ । ତୃଣମୂଳ କଂଗ୍ରେସ ଓ ଡିଏମକେ କୁ ୨,୨ ଟି ଲେଖାଏଁ ବିଭାଗର ଅଧ୍ୟକ୍ଷତା ପଦ ମିଳିଛି ।