କନକ ବ୍ୟୁରୋ :  ଜାନୁଆରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ । ଏପ୍ରିଲ ୨ ଯାଏଁ ୨ଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଜାନୁଆରି ୨୮ରୁ ଏପ୍ରିଲ ୨ ତାରିଖ ଯାଏଁ ସଂସଦରେ ବଜେଟ ଅଧିବେଶନ ଚାଲିବ  । ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବ୍ରୁଆରି ୧୩ ତାରିଖ ଯାଏଁ ଚାଲିବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଫେବୃଆରୀ ୧ ରବିବାର ପଡ଼ୁଥିଲେ ବି, ପରଂପରା ମୁତାବକ ସେହିଦିନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment