କନକ ବ୍ୟୁରୋ : ୨୫ରୁ ସଂସଦ ଶୀତ ଅଧିବେଶନ । ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ୨୦ ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ ।
ସେପଟେ ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ । ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ଏହାରି ମଧ୍ୟରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି ।