ସଂସଦରେ ଆଦାନୀ ତାତି ; କାର୍ଟୁନ ବ୍ୟାଗ ଧରି ହୋହାଲ୍ଲା କଲେ ବିରୋଧୀ

ସଂସଦରେ ଥମୁନି ଆଦାନୀ ଲାଞ୍ଚ ପ୍ରସଙ୍ଗ। ଆଜି ବି ବିରୋଧୀଙ୍କ ଜୋରଦାର ବିକ୍ଷୋଭ ଜାରି।   ମୋଦୀ-ଆଦାନୀଙ୍କ କାର୍ଟୁନ ଚିତ୍ରିତ ବ୍ୟାଗ ଧରି ଦେଲେ ସ୍ଲୋଗାନ। 

54adani

କନକ ବ୍ୟୁରୋ: ବୁଲେଟିନ ଆରମ୍ଭ କରିବା ସଂସଦ ଖବରରୁ । ଆଜି ମଧ୍ୟ ସଂସଦରେ ଦେଖିବାକୁ ମିଳିଛି ଆଦାନୀ ଲାଞ୍ଚ ପ୍ରସଙ୍ଗ । ଶୀତ ଅଧିବେଶନ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଆଦାନୀଙ୍କୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ । ସଂସଦ ଭବନ ପରିସରରେ ଆଜି ବି ବିରୋଧୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ମୋଦୀ-ଆଦାନୀଙ୍କ କାର୍ଟୁନ ଚିତ୍ରିତ ବ୍ୟାଗ ଧରି ଦେଇଛନ୍ତି ସ୍ଲୋଗାନ । ଲାଞ୍ଚ ମାମଲାରେ ଗୃହରେ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ବିରୋଧୀ ।ଏଥିସହ ଜେପିସି ତଦନ୍ତ କରୁଛନ୍ତି । ସେପଟେ ଲୋକସଭାରେ ମଧ୍ୟ ବିରୋଧୀ ସମାନ ଦାବି ନେଇ ହଟ୍ଟଗୋଳ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe