କନକ ବ୍ୟୁରୋ: ବୁଲେଟିନ ଆରମ୍ଭ କରିବା ସଂସଦ ଖବରରୁ । ଆଜି ମଧ୍ୟ ସଂସଦରେ ଦେଖିବାକୁ ମିଳିଛି ଆଦାନୀ ଲାଞ୍ଚ ପ୍ରସଙ୍ଗ । ଶୀତ ଅଧିବେଶନ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଆଦାନୀଙ୍କୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ । ସଂସଦ ଭବନ ପରିସରରେ ଆଜି ବି ବିରୋଧୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୋଦୀ-ଆଦାନୀଙ୍କ କାର୍ଟୁନ ଚିତ୍ରିତ ବ୍ୟାଗ ଧରି ଦେଇଛନ୍ତି ସ୍ଲୋଗାନ । ଲାଞ୍ଚ ମାମଲାରେ ଗୃହରେ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ବିରୋଧୀ ।ଏଥିସହ ଜେପିସି ତଦନ୍ତ କରୁଛନ୍ତି । ସେପଟେ ଲୋକସଭାରେ ମଧ୍ୟ ବିରୋଧୀ ସମାନ ଦାବି ନେଇ ହଟ୍ଟଗୋଳ କରିଛନ୍ତି ।
ସଂସଦରେ ଆଦାନୀ ତାତି ; କାର୍ଟୁନ ବ୍ୟାଗ ଧରି ହୋହାଲ୍ଲା କଲେ ବିରୋଧୀ
ସଂସଦରେ ଥମୁନି ଆଦାନୀ ଲାଞ୍ଚ ପ୍ରସଙ୍ଗ। ଆଜି ବି ବିରୋଧୀଙ୍କ ଜୋରଦାର ବିକ୍ଷୋଭ ଜାରି। ମୋଦୀ-ଆଦାନୀଙ୍କ କାର୍ଟୁନ ଚିତ୍ରିତ ବ୍ୟାଗ ଧରି ଦେଲେ ସ୍ଲୋଗାନ।
/kanak/media/media_files/2024/12/10/0vshZZuxqMyiMAEU3y9z.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)