କନକ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ବିରୋଧିଙ୍କ ଗୃହରେ ହଙ୍ଗମା ଦେଖିବାକୁ ମିଳିଛି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ 'ଅପରେସନ୍ ସିନ୍ଦୂର'କୁ ନେଇ ଶାସକ ଓ ବିରୋଧୀ ପକ୍ଷ ମଧ୍ୟରେ ତୀବ୍ର ବାକ୍-ବିତଣ୍ଡା ଦେଖିବାକୁ ମିଳିଛି ।  ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରାଯାଇ ପ୍ରବଳ ହଙ୍ଗାମା କରାଯିବାରୁ ଲୋକସଭାର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।   

ବିଶେଷକରି ରାଜ୍ୟସଭାରେ ବିରୋଧୀ ଦଳମାନଙ୍କର ଲଗାତାର ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟସଭାରେ ସଦନର ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Advertisment

ନିଜର ପ୍ରତିକ୍ରିୟା ରଖି ଜେପି ନଡ୍ଡା ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି, "ଆମେ ନିଟ୍  ପରୀକ୍ଷା ବିବାଦ, ଟ୍ରେନ୍ ଦୁର୍ଘଟଣା, ଦରବୃଦ୍ଧି ଏବଂ ଅନ୍ୟ ଯେକୌଣସି ପ୍ରସଙ୍ଗ, ଯାହା ବିରୋଧୀ ଉଠାଇବାକୁ ଚାହୁଁଛନ୍ତି, ସେସବୁ ଉପରେ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିରୋଧୀ ଦଳ ଆଲୋଚନାରେ ଭାଗ ନେବା ପରିବର୍ତ୍ତେ କେବଳ ହଙ୍ଗାମା କରି ଗୃହ କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।  ନଡ୍ଡା କହିଛନ୍ତି  ବିରୋଧୀ ଦଳ ଉଚିତ୍‌  ଆଲୋଚନାରୁ ଓହରି ଯାଉଛନ୍ତି ।  ବିରୋଧି କେବଳ ରାଜନୈତିକ ଫାଇଦା ପାଇଁ ସଂସଦର ମୂଲ୍ୟବାନ ସମୟକୁ ନଷ୍ଟ  କରୁଛି ।  ଏହା ସଂସଦୀୟ ଗଣତନ୍ତ୍ରର ଅପମାନ ବୋଲି ଜେପି ନଡ୍ଡା  କହିଛନ୍ତି ।