ଜଳସେଚନ ପ୍ରସଙ୍ଗରେ ଉତ୍ତର ରଖିଲେ ମୁକେଶ ମହାଲିଙ୍ଗ; ରାଜ୍ୟରେ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ

ରାଜ୍ୟରେ ୧୫ଟି ବୃହତ, ୫୬ଟି ମଧ୍ୟମ ଏବଂ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ଜଳସେଚନ ହେଉଛି । ଜଳସେଚନ ଉପରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

vlcsnap-2025-03-13-11h34m36s410

କନକ ବ୍ୟୁରୋ: ରାଜ୍ୟରେ ୧୫ଟି ବୃହତ, ୫୬ଟି ମଧ୍ୟମ ଏବଂ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି । ଏହାସହ ରାଜ୍ୟରେ ୩୧ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, ୨୭ଟି ବ୍ୟାରେଜ୍ ପ୍ରକଳ୍ପ, ୭୨ଟି ଇନ୍‌ଷ୍ଟ୍ରିମ୍‌  ଷ୍ଟୋରେଜ ପ୍ରକଳ୍ପ ଏବଂ ୭୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ତେବେ ୩୧ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୫୨ ହଜାର ୨୯୦ କୋଟି, ୨୭ ବ୍ୟାରେଜ ପାଇଁ ୧୩ ହଜାର ୬୦୦ କୋଟି, ୭୨ ଇନଷ୍ଟ୍ରିମ୍‌ ଷ୍ଟୋରେଜ ପାଇଁ ୧୭ ହଜାର ୧୫୮ କୋଟି, ୭୯ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୧୧୯୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏହି ସବୁ ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ କେନ୍ଦ୍ରୀୟ ଏବଂ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe