ପାର୍କିଂକୁ ନେଇ ତୁମୁଳକାଣ୍ଡ: ନୋ ପାର୍କିଂ କହିବାରୁ ନିର୍ଦ୍ଧୁମ ମାଡ, ସିସିଟିଭିରେ କଏଦ ଦୃଶ୍ୟ

Advertisment

ଭୁବନେଶ୍ବର ଖାରବେଳନଗର କେଶରି ଟକିଜ ପଛପଟେ ଘଟିଛି ଏହି ଘଟଣା। ସ୍ଵରାଷ୍ଟ୍ର ଦାସ କନ୍‌ସଲଟାଣ୍ଟର ଆକାଉଣ୍ଟକୁ ନିର୍ଦ୍ଧୁମ ମାଡ ମାରିଛନ୍ତି କିଛି ଅସାମାଜିକ ଲୋକେ

ଭୁବନେଶ୍ବର ଖାରବେଳନଗର କେଶରି ଟକିଜ ପଛପଟେ ଘଟିଛି ଏହି ଘଟଣା। ସ୍ଵରାଷ୍ଟ୍ର ଦାସ କନ୍‌ସଲଟାଣ୍ଟର ଆକାଉଣ୍ଟକୁ ନିର୍ଦ୍ଧୁମ ମାଡ ମାରିଛନ୍ତି କିଛି ଅସାମାଜିକ ଲୋକେ

Bhubaneswar

କନକ ବ୍ୟୁରୋ : ପାର୍କିଂ କରନ୍ତୁ ନାହିଁ ବୋଲି କହିବାରୁ ନିର୍ଦ୍ଧୁମ ମାଡ। ପାର୍କିଂ ପାଇଁ ତୁମୁଳକାଣ୍ଡ। ଗାଡ଼ି ପାର୍କିଂ କରିବାକୁ ମନା କରିବାରୁ ନିର୍ଦ୍ଧୁମ ମାଡ ମାରିଲେ ଗାଡ଼ି ଚାଳକ । ଭୁବନେଶ୍ବର ଖାରବେଳନଗର କେଶରି ଟକିଜ ପଛପଟେ ଘଟିଛି ଏହି ଘଟଣା । ସ୍ଵରାଷ୍ଟ୍ର ଦାସ କନ୍‌ସଲଟାଣ୍ଟର ଆକାଉଣ୍ଟକୁ ନିର୍ଦ୍ଧୁମ ମାଡ ମାରିଛନ୍ତି କିଛି ଅସାମାଜିକ ଲୋକ। ନୋ ପାର୍କିଂ ଜୋନ୍‌ରେ‌ ପାର୍କିଂ କରିବାକୁ ମନାକରିବାରୁ ଏଭଳି ଦାଦାଗିରି ଓ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସଙ୍ଘବଧ ହୋଇ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇ ଆହତ ହୋଇଛନ୍ତି ସ୍ଵରାଷ୍ଟ୍ର ଦାସ କନସଲଟାଣ୍ଟ ର ଆକାଉଣ୍ଟ ବିକାଶ ଦାସ । ଏହାକୁ ନେଇ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ମାଡ଼ ମାରିବା ସମୟର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । କିଭଳି ବିକାଶ ଦାସଙ୍କୁ ଚାରିପଟୁ ଘେରି ମାଡ଼ ମାରୁଛନ୍ତି କିଛି ବ୍ୟକ୍ତି ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe