କନକ ବ୍ୟୁରୋ : ପାର୍କିଂ କରନ୍ତୁ ନାହିଁ ବୋଲି କହିବାରୁ ନିର୍ଦ୍ଧୁମ ମାଡ। ପାର୍କିଂ ପାଇଁ ତୁମୁଳକାଣ୍ଡ। ଗାଡ଼ି ପାର୍କିଂ କରିବାକୁ ମନା କରିବାରୁ ନିର୍ଦ୍ଧୁମ ମାଡ ମାରିଲେ ଗାଡ଼ି ଚାଳକ । ଭୁବନେଶ୍ବର ଖାରବେଳନଗର କେଶରି ଟକିଜ ପଛପଟେ ଘଟିଛି ଏହି ଘଟଣା । ସ୍ଵରାଷ୍ଟ୍ର ଦାସ କନ୍‌ସଲଟାଣ୍ଟର ଆକାଉଣ୍ଟକୁ ନିର୍ଦ୍ଧୁମ ମାଡ ମାରିଛନ୍ତି କିଛି ଅସାମାଜିକ ଲୋକ। ନୋ ପାର୍କିଂ ଜୋନ୍‌ରେ‌ ପାର୍କିଂ କରିବାକୁ ମନାକରିବାରୁ ଏଭଳି ଦାଦାଗିରି ଓ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସଙ୍ଘବଧ ହୋଇ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇ ଆହତ ହୋଇଛନ୍ତି ସ୍ଵରାଷ୍ଟ୍ର ଦାସ କନସଲଟାଣ୍ଟ ର ଆକାଉଣ୍ଟ ବିକାଶ ଦାସ । ଏହାକୁ ନେଇ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ମାଡ଼ ମାରିବା ସମୟର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । କିଭଳି ବିକାଶ ଦାସଙ୍କୁ ଚାରିପଟୁ ଘେରି ମାଡ଼ ମାରୁଛନ୍ତି କିଛି ବ୍ୟକ୍ତି ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଛି । 

Advertisment