କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ାଙ୍କ ଘରକୁ ଶୀଘ୍ର ଖୁସି ଖବର ଆସିବାକୁ ଯାଉଛି । ବିବାହର ପ୍ରାୟ ଦୁଇ ବର୍ଷ ପରେ ପରିଣୀତି ମା’ ହେବାକୁ ଯାଉଛନ୍ତି । ପରିଣୀତି ଏବଂ ରାଘବ ଏହି ଖୁସିଖବରକୁ ପ୍ରଶଂସକମାନଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇଗଲାଣି ।

Advertisment

ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ଏବଂ ଭିଡିଓ ସେୟାର କରି ଏହି ଖୁସିଖବରକୁ ସେୟାର କରିଛନ୍ତି । ଦମ୍ପତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ 1+1=3 ଲେଖାଯାଇଛି । ଏହା ସହିତ ଶିଶୁର ପାଦ ଚିହ୍ନ ମଧ୍ୟ ରହିଛି । ଏହା ସହିତ ଦୁହେଁ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ପରିଣୀତି ଏବଂ ରାଘବ ଏକ ସୁନ୍ଦର ଗାର୍ଡେନରେ ହାତ ଧରି ଚାଲୁଥିବାର ଦେଖାଯାଉଛି । ଦୁହେଁ ପରସ୍ପର ସହିତ କଥା ହେଉଛନ୍ତି ଏବଂ ସେହି ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସୁଛନ୍ତି । ଏହି ପୋଷ୍ଟକୁ ସେୟାର କରିବା ସହିତ ପରିଣୀତି କ୍ୟାପସନରେ ଲେଖିଛନ୍ତି, 'ଆମର ଛୋଟ ବ୍ରହ୍ମାଣ୍ଡ... ନିଜ ରାସ୍ତାରେ ଅଛି 🧿🐣💕, ଧନ୍ୟବାଦ, ଆପଣଙ୍କ ଆଶୀର୍ବାଦ ଏମିତି ରହିଥାଉ ।' ପରିଣୀତି ଏବଂ ରାଘବଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ କମେଣ୍ଟ କରି ୟୁଜର୍ସ ନୁହେଁ ଷ୍ଟାରମାନେ ମଧ୍ୟ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଦେଉଛନ୍ତି । ଏହି ପୋଷ୍ଟରେ ସୋନମ କପୁର, ହୁମା କୁରେଶୀ, ଟିନା ଦତ୍ତା, ନିମ୍ରତ କୌର ଏବଂ ଭୂମି ପେଡନେକରଙ୍କ ସହିତ ଅନେକ ତାରକା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆପଣଙ୍କୁ କହିରଖୁଛୁ କି ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର, ୨୦୨୩ରେ ବିବାହ କରିଥିଲେ ।