କନକ ବ୍ୟୁରୋ: ୨୦୨୫ ବୋର୍ଡ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଇଛନ୍ତି ଗୁରୁମନ୍ତ୍ର। ପରୀକ୍ଷାର୍ଥୀ କେମିତି ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବେ ଓ ଭଲ ରେଜଲ୍ଟ କରିବେ ସେନେଇ ମାର୍ଗଦର୍ଶନ କରିଛନ୍ତି ।
ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ
- ଛାତ୍ରଛାତ୍ରୀଙ୍କ ଉପରେ ସକାଳ ସୂର୍ଯ୍ୟକିରଣ ପଡ଼ିବା ନିହାତି ଆବଶ୍ୟକ
- ସୁସ୍ଥ ରହିବା ପାଇଁ କୃଷକଙ୍କ ଭଳି ଖାଦ୍ୟାଭ୍ୟାସ କରିବା ଉଚିତ୍
- ରୁଟି, ଭାତ ଭଳି ଗରିଷ୍ଠ ଖାଦ୍ୟ ଖାଇଲେ ଶରୀରକୁ ଉପଯୁକ୍ତ ପୋଷଣ ମିଳିବ
- ସମସ୍ତଙ୍କ ପରାମର୍ଶ ନେଇ ନିଜ ବିବେକ ଅନୁସାରେ କାମ କରିବା
- ତେବେ ନେତୃତ୍ବ ନେବା ପାଇଁ ଟିମୱାର୍କ ରହିବା ଦରକାର
- ସୁନ୍ଦର ସ୍ବାସ୍ଥ୍ୟ ଓ ସୁସ୍ଥ ମାନସିକତା ପାଇଁ ପର୍ଯ୍ୟାପ୍ତ ନିଦ ଦରକାର
- ମନ କଥାକୁ ପରିବାର ସହ ବାଣ୍ଟିଲେ ଚାପମୁକ୍ତ ରହିପାରିବେ
- ନିଜ ପାଖରେ ଥିବା ୨୪ ଘଣ୍ଟାର ସଦୁପଯୋଗ କରିବା
ସବୁଠାରୁ ବଡ଼କଥା ହେଉଛି ଜୀବନରେ ବିଫଳତାରୁ ଶିକ୍ଷା ନେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏପରିକି ଅନ୍ୟସହ ପ୍ରତିଯୋଗିତା ନକରି ନିଜେ ନିଜର ପ୍ରତିଦ୍ବନ୍ଦ୍ୱି ହେବାକୁ କହିଛନ୍ତି। ଯାହା ଛାତ୍ରଛାତ୍ରୀଙ୍କ ଜୀବନରେ ବଡ଼ ପ୍ରଭାବ ପକାଇବ ବୋଲି ଆଶା।
- ମୋଦିଙ୍କ ପରେ ମୋହନଙ୍କ ଟିପ୍ସ
- ଆତ୍ମବିଶ୍ବାସ ସହ ଆଗକୁ ବଢ଼ିବାକୁ ପରାମର୍ଶ
ପରୀକ୍ଷା ପେ ଚର୍ଚ୍ଚାରେ ୟୁନିଟ- ୧ ସରକରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ପିଲାଙ୍କୁ ଆତ୍ମବିଶ୍ବାସ ରଖିବା ସହ ଡ଼ିଜିଟାଲ ଡ଼ିଭାଇସର ନକରାତ୍ମକ ଦିଗଠୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୧୦ଟି ଦିଗକୁ ନେଇ ପିଲାଙ୍କ ସହ ଆଳେଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଲଗାତର ଅଷ୍ଟମଥର ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରି ପରୀକ୍ଷା ପୂର୍ବରୁ ପିଲାଙ୍କ ମନରୁ ଭୟ ଦୂର କରିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଠି ସ୍ୱାସ୍ଥ୍ୟରୁ ଆରମ୍ଭ କରି ନେତୃତ୍ୱ ଯାଏଁ ପରାମର୍ଶ ପିଲାଙ୍କ ମନରେ ଆତ୍ମବିଶ୍ୱାସ ଭରିଦେଇଛି ।