ପେଟର ଭୋକ ଆଗରେ ହାର ମାନିଲା ମା’ର ମମତା ; କଅଁଳା ପୁଅକୁ ଦାନ କରିଦେଲେ ବାପା, ମା’

ଦାରିଦ୍ର୍ୟ ଆଗରେ ହାର୍ ମାନିଲା ମା’ର ମମତା । କଅଁଳ ଶିଶୁକୁ ଦାନ କଲେ ବାପା ମା’ । ବରଗଡ଼ ସୋହେଲାର ଘଟଣା ।

37OTP

କନକ ବ୍ୟୁରୋ: ଅଭାବ ପାଖରେ ହାର ମାନିଲା ମାଆର ମମତା । କଅଁଳ ଶିଶୁକୁ ଅନ୍ୟ ହାତରେ ଟେକି ଦେବାକୁ ବାଧ୍ୟ କଲା ପରିସ୍ଥିତି । ବରଗଡ଼ ସୋହେଲା ବ୍ଲକ ଖଇରପାଲି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । 

ଗାଁର ଗଣେଶ ଭୂସାଗରଙ୍କ ୫ଟି ସନ୍ତାନ ଥିବା ବେଳେ କିଛି ଦିନ ତଳେ ଆଉ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । କିନ୍ତୁ ଅଭାବ ଯୋଗୁଁ ଶିଶୁପୁତ୍ରକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଯେଉଁଥିପାଇଁ ଉଭୟ ଦମ୍ପତ୍ତି ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି । ନୋଟାରୀ ଷ୍ଟାମ୍ପ ପେପରରେ ଏଭଳି ଡିଲ୍‌ ହୋଇଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦୁଆନପାଲି ଗାଁରେ ପହଞ୍ଚି ୧୭ ଦିନର ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe