ବାତ୍ୟାବେଳେ ଜନ୍ମ ହେଲା ପୁଅ ; ବାପା, ମା’ ନାଁ ଦେଲେ ‘ଦାନା’

ବାତ୍ୟାବେଳେ ଜନ୍ମ ହେଲା ପୁଅ । ଅଧରାତି ବର୍ଷା, ପବନ ବେଳେ ଭଦ୍ରକ, ଧାମନଗର ବ୍ଲକ କଣ୍ଟିକା ଗାଁରେ ସନ୍ତାନ ଜନ୍ମକୁ ନେଇ ଖୁସି ପରିବାର । ପୁଅର ନାମ ଦେଲେ ଦାନା ।

25daniiii

କନକ ବ୍ୟୁରୋ: ବାତ୍ୟାବେଳେ ହେଲା ପୁଅ ଜନ୍ମ । ପୁଅର ନାମ ଦାନା ଦେଲେ ପରିବାର ଲୋକ । ବର୍ଷା, ପବନ ସମୟରେ ବିଳମ୍ବିତ ରାତିରେ ଭଦ୍ରକ ଧାମନଗର ବ୍ଲକ କଣ୍ଟିକା ଗାଁର ଶୁଭ ମଲ୍ଲିକ ନାମକ ମହିଳାଙ୍କ ପ୍ରସ୍ତୁତି ଯନ୍ତ୍ରଣା ହେବାରୁ ତାଙ୍କୁ ଧୂଷୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ପ୍ରସବ ହେବା ପରେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ସନ୍ତାନ ଜନ୍ମକୁ ନେଇ ପରିବାର ଲୋକ ବେଶ ଖୁସି ଅଛନ୍ତି । ତେବେ ବାତ୍ୟା ଦାନା ତାଣ୍ଡବଲୀଳା ରଚୁଥିବା ବେଳେ ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ ପୁଅର ନାମ ଦାନା ଦେଇଛନ୍ତି ପରିବାର ଲୋକ । ପୁଅ ବଡ ହେଲେ ବାପା ମାଙ୍କ ମୁହଁରେ ଦାନା ଦେବ ସେହି ଆଶାରେ ପିଲାର ନା ଦାନା ରଖିବେ ବୋଲି କହିଛନ୍ତି ପରିବାର ।

ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସ୍‌ଆରସିଙ୍କ କାର୍ୟ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସମ୍ପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ପୂର୍ବରୁ ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାତ୍ୟା ସମୟରେ ପିଲା ଭଲରେ ଭଲରେ ଜନ୍ମ ହୋଇଥିବାରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ। ଏନେଇ ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe