କନକ ବ୍ୟୁରୋ : କଅଁଳ ବୟସରୁ କଣ୍ଟକିତ ଜୀବନ । ମୁଣ୍ଡ ଉପରେ ଅଜାଡ଼ି ହୋଇପଡ଼ିଛି ଦୁଃଖର ପାହାଡ଼ । ଆଗକୁ ବଢ଼ିବା ପାଇଁ ମୁଣ୍ଡରେ ବାପାଙ୍କ ହାତ ନାହିଁ କି ଆଖିର ଲୁହ ପୋଛିବାକୁ ମା’ର ପଣତ ନାହିଁ । ଆଗପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି ବାପା-ମା’ ଦୁହେଁ । ଅନାଥ ହୋଇଯାଇଛନ୍ତି ୧୨ ବର୍ଷ ଓ ୮ ବର୍ଷର ଦୁଇ ପୁଅ । ପିଲାମାନେ ଏବେ ମା’ର ଶୁଦ୍ଧିକ୍ରିୟା ପାଇଁ ବୁଲିବୁଲି ଭିକ୍ଷା ମାଗୁଛନ୍ତି । 

Advertisment

ଜଳେଶ୍ବର ବ୍ଲକ ଅନ୍ତର୍ଗତ ମଙ୍ଗା ପୋଖରୀ ଆଦିବାସୀ ସାହିର ସୃଷ୍ଟିଧର ସିଂ । ସ୍ତ୍ରୀ ଓ ୨ ପୁଅକୁ ନେଇ ସୃଷ୍ଟିଧରଙ୍କ ସଂସାର ସୁଖେଦୁଃଖେ ଆଗକୁ ବଢୁଥିଲା । ହେଲେ ଦଇବ ଦାଉ ସାଧିଲା ପରି ୮ବର୍ଷ ତଳେ ହଠାତ୍‌ ଅସୁସ୍ଥ ହୋଇ ଆରପାରିକୁ ଚାଲିଗଲେ ବାପା ସୃଷ୍ଟିଧର । ମା’ ମୂଲ ଲାଗି ପିଲାଙ୍କୁ ପୋଷୁଥିଲେ । କିଛି ଦିନ ତଳେ ସେ ବି ଆଖିବୁଜି ଦେଇଛନ୍ତି । ଏବେ ଅନାଥ ହୋଇଯାଇଛନ୍ତି ଦୁଇ ନାବାଳକ ଭାଇ । ଚଳିବା ପାଇଁ ସମ୍ବଳ ନାହିଁ । ନିଜର ଘରଟିଏ ନଥିବାରୁ ପଡ଼ୋଶୀଙ୍କ ଘରେ ରହୁଛନ୍ତି । କିଏ କିଛି ଦେଲେ ଖାଉଛନ୍ତି, ନହେଲେ ଉପାସ । ଏଭଳି ସ୍ଥିତିରେ ପିଲାମାନଙ୍କୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ ।

ଯଦି କେହି ବଦାନ୍ୟ ବ୍ୟକ୍ତି ଏମାନଙ୍କୁ ସହଯୋଗର ହାତ ବଢାନ୍ତି ତାହାଲେ, ବାପା ମା’ ଛେଉଣ୍ଡ ପିଲାଙ୍କ ଦୁଃଖ କିଛି ମାତ୍ରାରେ ଲାଘବ ହୋଇପାରନ୍ତା ।  

ନାମ- ଅଞ୍ଜଳି ସିଂ, ନାବାଳକଙ୍କ ପଡ଼ୋଶୀ
ଆକାଉଣ୍ଟ ନମ୍ବର- ୪୧୦୫୫୮୦୫୨୩୫
ଆଇଏଫ୍‌ଏସ୍‌ସି କୋଡ୍‌- SBINOOO6081
ଫୋନ୍‌ ପେ ନମ୍ବର- ୯୫୫୬୧୩୫୬୦୧