କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଆଜି ପାଟଣାଗଡ଼ କୋର୍ଟରେ ହାଜର ହେବେ ମାମଲର ତଦନ୍ତକାରୀ ଅଧିକାରୀ । ତତ୍କାଳିନ କ୍ରାଇମବ୍ରାଞ୍ଚ ଡିଏସପି ଅନିଲ କୁମାର ଦାସ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବେ । ମାମାଲାର ୬୨ ନମ୍ବର ସାକ୍ଷୀ ଭାବେ ସାକ୍ଷ୍ୟ ପ୍ରଦାନ କରିବେ ଅନିଲ । ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ବଲାଙ୍ଗୀର ଜିଲ୍ଲା କାରାଗାରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ ରହିବେ ।

Advertisment


କ୍ରାଇମବ୍ରାଞ୍ଚ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ପାଟଣାଗଡ କୋର୍ଟରେ ପହଂଚିଛନ୍ତି । ଏହି ଗୁରୁତ୍ୱପୁର୍ଣ ମାମଲାକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇ ୪ ସପ୍ତାହରେ କେସ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହି ଲୋମହର୍ଷଣ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଫେବୃଆରୀ ୨୩ ତାରିଖ ୨୦୧୮ ରେ ଘଟିଥିଲା । ଯାହା ସମଗ୍ର ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଘଟଣାରେ ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମା’ ଜେମାମଣିଙ୍କ ଜୀବନ ଚାଲି ଯାଇଥିବା ବେଳେ ଗୁରୁତର ହୋଇ ଅଳ୍ପକେ ବଞ୍ଚି ଯାଇଥିଲେ ନବ ବିବାହିତ ରୀମା ରାଣୀ  ।