କନକ ବ୍ୟୁରୋ, ସରିଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି । ଆଜି ଶେଷ ଦିନରେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ପୁଞ୍ଜିଲାଲଙ୍କ ଓକିଲଙ୍କ ଯୁକ୍ତି ଉପରେ ଉତ୍ତର ରଖିଛନ୍ତି ସରକାରୀ ଓକିଲ । ଦୀର୍ଘ ସମୟ ଉଭୟ ପକ୍ଷର ଯୁକ୍ତିତର୍କ ପରେ ଶୁଣାଣି ଶେଷ ହୋଇଛି । ଏବେ ମାମଲାର ରାୟକୁ ଅପେକ୍ଷା ରହିଛି । ଖୁବ୍ ଶୀଘ୍ର ରାୟ କୋର୍ଟଙ୍କ ରାୟ ସାମ୍ନାକୁ ଆସିପାରେ । 

Advertisment

୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପୁଞ୍ଜିଲାଲ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି । ଏହି ମାମଲାରେ ପୁଞ୍ଜିଲାଲ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି ।