କନକ ବ୍ୟୁରୋ: କର୍ଣ୍ଣାଟକ ମହୀଶୁରରେ ଜଣେ ପ୍ରେମିକ ତା’ର ପ୍ରେମିକା ପାଟିରେ କେମିକାଲ ବିସ୍ଫୋରକ ପାଉଡର ଭର୍ତ୍ତି କରି ହତ୍ୟା କରିଛି । ହତ୍ୟାର ଶିକାର ହୋଇଥିବା ପ୍ରେମିକା ହେଉଛନ୍ତି ୨୦ ବର୍ଷୀୟା ଦର୍ଶିତା । ହତ୍ୟାକାରୀ ଯୁବକ ହେଉଛି ସିଦ୍ଦରାଜୁ ।
ସୂଚନା ଅନୁସାରେ, ଦର୍ଶିତା କେରଳର ବାସିନ୍ଦା । ସେ ସେଠିକାର ଜଣେ ଶ୍ରମିକଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ସିଦ୍ଦରାଜୁଙ୍କ ସହ ଅନୈତିକ ସମ୍ପର୍କ ଥିଲା । ସୋମବାର ଉଭୟେ ଏକ ଲଜରେ ରହିଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥଲା । ରାଗରେ ସିଦ୍ଦରାଜୁ ଦର୍ଶିତାଙ୍କ ପାଟିରେ କେମିକାଲ ବିସ୍ଫୋରକ ଭର୍ତ୍ତି କରିଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦର୍ଶିତାର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାକୁ ଏହାକୁ ମୋବାଇଲ ବିସ୍ଫୋରଣ ବୋଲି କହିଛି । କିନ୍ତୁ ଏହି ଘଟଣାରେ ସନ୍ଦେହ ହେବାରୁ ଲଜ୍ ମାଲିକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଜେରା କରିବାରୁ ସତ ମାନିଛି ଅଭିଯୁକ୍ତ ସିଦ୍ଦରାଜୁ ।