କନକ ବ୍ୟୁରୋ: ଏନସିଇଆରଟି ପକ୍ଷରୁ କରାଯାଇଥିବା ଦକ୍ଷତା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଆଗରେ । ‘ପରଫରମାନ୍ସ ଆସେସମେଣ୍ଟ ରିଭ୍ୟୁ ଆଣ୍ଡ୍ ଆନାଲିସିସ୍ ଅଫ୍ ନଲେଜ ଫର୍ ହୋଲିଷ୍ଟିକ୍ ଡେଭେଲପମେଣ୍ଟ’ ବା ‘ପରଖ-୨୦୨୪’ ରିପୋର୍ଟ ପ୍ରକାଶ ପାଇଛି । ସମସ୍ତ ରାଜ୍ୟର ତୃତୀୟ, ଷଷ୍ଠ ଏବଂ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଛି ଏହି ସର୍ଭେ । ଯେଉଁଥିରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି ।
'ପରଖ ୨୦୨୪' ରିପୋର୍ଟ
୩ ହଜାର ୩୪୨ ସ୍କୁଲର ୯୬ ହଜାର ୫୪ ବିଦ୍ୟାର୍ଥୀଙ୍କ ଦକ୍ଷତା ପରୀକ୍ଷା ହୋଇଥିଲା । ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ କେନ୍ଦ୍ରୀୟ ବିଦ୍ୟାଳୟ ପିଲା ଏଥିରେ ସାମିଲ ହୋଇଥିଲେ । ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା ଓ ଗଣିତ ପରୀକ୍ଷା ହୋଇଥିଲା । ଷଷ୍ଠ ଶ୍ରେଣୀ ପିଲାଙ୍କ ଭାଷା, ଗଣିତ ଓ କରେଣ୍ଟ ଆଫେୟାର୍ସ ପରୀକ୍ଷା ହୋଇଥିଲା । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହୋଇଥିଲା। NCERT ଏବଂ SCERT ସହାୟତାରେ ହୋଇଥିବା ଏହି ସର୍ଭେରେ ଓଡ଼ିଶା ମୋଟାମୋଟି ଭାବେ ଭଲ ପ୍ରଦର୍ଶନ କରିଛି ।
ରିପୋର୍ଟ ଅନୁସାରେ ସମଗ୍ର ରାଜ୍ୟରେ ଛାତ୍ରମାନେ ଛାତ୍ରୀଙ୍କଠାରୁ ସାମାନ୍ୟ ଆଗୁଆ ରହିଛନ୍ତି । କିନ୍ତୁ ସହରାଞ୍ଚଳ ପିଲାଙ୍କୁ ବହୁ ପଛରେ ପକାଇଛନ୍ତି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ୨୪% ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ରହିଛନ୍ତି । କଳାହାଣ୍ଡି ଓ ଅନୁଗୁଳ ଜିଲାରେ ସର୍ବାଧିକ ପିଲାଙ୍କ ପ୍ରଦର୍ଶନ ଉତ୍ତମ ରହିଛି । ସବୁଠୁ ତଳେ ରହିଛନ୍ତି ଗଜପତି ଏବଂ ମାଲକାନଗିରି ଜିଲ୍ଲା । ୧୭ ଜିଲ୍ଲାରେ ପୁଅଙ୍କଠାରୁ ଆଗୁଆ ଅଛନ୍ତି ଝିଅ। ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ପରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିକାଶ କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ଅଗ୍ରଗତି ହୋଇଥିବା ଏହି ରିପୋର୍ଟରୁ ଜଣାପଡୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us