କନକ ବ୍ୟୁରୋ:  ଆରପାରିରେ ଅଭିନେତ୍ରୀ ଶେଫାଳୀ ଜରିୱାଲା । ଶେଫାଳୀଙ୍କ ମୃତ୍ୟୁ ହେବାର  ଆଜିକୁ ୬ ଦିନ ହେବ ।  ଅଭିନେତ୍ରୀଙ୍କ ମୃତ୍ୟୁରେ  ବଲିଉଡ୍‌ ରେ ଏକ ପ୍ରକାରର ଶୋକର ଛାୟା ଖୋଳିଯାଇଥିଲା । କେହି ବିଶ୍ବାସ କରିପାରିନଥିଲେ ଯେ ଶେଫାଳୀ ଏତେ କମ୍‌ ସମୟରେ ଦୁନଆକୁ ଅଲବିଦା କହିବେ । ଶେଫାଳୀଙ୍କ ବାପା, ମା’ଙ୍କ ଆଖିରୁ ଲୁହ  ସୁଖୁନି ।  ସେହିପରି ଶେଫାଳୀଙ୍କୁ ହରାଇ  ସ୍ବାମୀ  ପରାଗ ତ୍ୟାଗୀ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ।

Advertisment

 ନିଜ ଇଷ୍ଟାଗ୍ରାମରେ ସ୍ତ୍ରୀ ଶେଫାଳୀଙ୍କ ପାଇଁ ଏକ କୋହଭରା ନୋଟ ଲେଖିଛନ୍ତି । ସ୍ତ୍ରୀ ଶେଫାଳୀଙ୍କ ସହ ବିତେଇଥିବା  ମୁହୂର୍ତ୍ତକୁ  ମନେପକାଇ କିଛି ଭିଡିଓ ଇନ୍‌ଷ୍ଟାରେ ସେୟାର କରିଛନ୍ତି ପରାଗ ।  ଭିଡିଓର କ୍ୟାପ୍‌ସନରେ ପରାଗ ଲେଖିଛନ୍ତି, ‘ପରି, ତୁମେ ଯେତେଥର ଜନ୍ମ ହେବ ମୁଁ ତୁମକୁ ପାଇବି ଏବଂ ପ୍ରତ୍ୟେକ ଜୀବନରେ ମୁଁ ତୁମକୁ ଭଲ ପାଇବି । ମୁଁ ତୁମକୁ ସବୁବେଳେ ଭଲ ପାଉଥିବି’ । ଏଭଳି ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି ପରାଗ । ଫ୍ୟାନ୍ସ ଏହି ପୋଷ୍ଟ ଦେଖି ପରାଗଙ୍କୁ ସାନ୍ତ୍ବନା ଦେବା ସହ ଦୁଃଖ ବ୍ୟକ୍ତ କରୁଛନ୍ତି । ପରାଗଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ  ଖୁବ୍‌ ଭାଇରାଲ ହେଉଛି ।