ଡଗ୍‌ ସିମ୍ବାର ସ୍ବାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ପରାଗ : କହିଲେ, ସିମ୍ବା ସମ୍ପୂର୍ଣ୍ଣ ସୁସ୍ଥ ଅଛି

ଶେଫାଳୀଙ୍କ ପାଇଁ ଆୟୋଜିତ ପୂଜାର୍ଚ୍ଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି ଡଗ୍‌ ସିମ୍ବା

କୁକୁର ସିମ୍ବାର  ଦେହ ଖରାପ !

କୁକୁର ସିମ୍ବାର ଦେହ ଖରାପ ! Photograph: (KanakNews)

କନକ ବ୍ୟୁରୋ: ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ପରେ ତାଙ୍କ ପୋଶା କୁକୁରର ଦେହ ଖରାପ ହୋଇଯାଇଛି କି ? କୁକୁର ସିମ୍ବାର ଦେହ ଅସୁସ୍ଥ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଏପରି ମିଛ ଖବର  ଉପରେ ବିରାମ ଲଗାଇବାକୁ କହିଲେ ପରାଗ ତ୍ୟାଗି ।  ଏହା ସମ୍ପୂର୍ଣ୍ଣ ମିଛ  ଖବର । ସିମ୍ବା ଦେହ ପୂରା ଠିକ୍‌ ଅଛି । ପରାଗ ତ୍ୟାଗି  ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ  କରିଥିଲେ ।

ଏହି ଭିଡ଼ିଓରେ ପରାଗ ତ୍ୟାଗି ସିମ୍ବା ସହ ମୁମ୍ବାଇରେ ଭିକ୍ଷୁକ ମାନଙ୍କୁ ଭୋଜନ ବାଣ୍ଟୁଥିବାର ଭିଡ଼ିଓ ଦେଖିବାକୁ ମିଳିଛି । ଭିଡିଓରେ ବୃଦ୍ଧା ମହିଳାଙ୍କୁ ଖାଦ୍ୟ ପୁଡିଆ ଦେଉଥିବାର ଦେଖିବାକୁ ମିଳିଛି । ପୋଷ୍ଟ ସହିତ, ପରାଗ ନିଶ୍ଚିତ କରିଛନ୍ତି ଯେ ସିମ୍ବା ସୁସ୍ଥ ଅଛି ଏବଂ ଶେଫାଳୀଙ୍କ ପାଇଁ ଆୟୋଜିତ ପୂଜାର୍ଚ୍ଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି । ପରାଗ ସିମ୍ବାଙ୍କ ଅବସ୍ଥା ବିଷୟରେ ଭିତ୍ତିହୀନ ଗୁଜବ ପ୍ରସାର କରିବା ପାଇଁ "କିଛି ହୃଦୟହୀନ ଲୋକଙ୍କୁ" ନିନ୍ଦା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe