କନକ ବ୍ୟୁରୋ: ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ପରେ ତାଙ୍କ ପୋଶା କୁକୁରର ଦେହ ଖରାପ ହୋଇଯାଇଛି କି ? କୁକୁର ସିମ୍ବାର ଦେହ ଅସୁସ୍ଥ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ମିଛ ଖବର ଉପରେ ବିରାମ ଲଗାଇବାକୁ କହିଲେ ପରାଗ ତ୍ୟାଗି । ଏହା ସମ୍ପୂର୍ଣ୍ଣ ମିଛ ଖବର । ସିମ୍ବା ଦେହ ପୂରା ଠିକ୍ ଅଛି । ପରାଗ ତ୍ୟାଗି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ।
ଏହି ଭିଡ଼ିଓରେ ପରାଗ ତ୍ୟାଗି ସିମ୍ବା ସହ ମୁମ୍ବାଇରେ ଭିକ୍ଷୁକ ମାନଙ୍କୁ ଭୋଜନ ବାଣ୍ଟୁଥିବାର ଭିଡ଼ିଓ ଦେଖିବାକୁ ମିଳିଛି । ଭିଡିଓରେ ବୃଦ୍ଧା ମହିଳାଙ୍କୁ ଖାଦ୍ୟ ପୁଡିଆ ଦେଉଥିବାର ଦେଖିବାକୁ ମିଳିଛି । ପୋଷ୍ଟ ସହିତ, ପରାଗ ନିଶ୍ଚିତ କରିଛନ୍ତି ଯେ ସିମ୍ବା ସୁସ୍ଥ ଅଛି ଏବଂ ଶେଫାଳୀଙ୍କ ପାଇଁ ଆୟୋଜିତ ପୂଜାର୍ଚ୍ଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି । ପରାଗ ସିମ୍ବାଙ୍କ ଅବସ୍ଥା ବିଷୟରେ ଭିତ୍ତିହୀନ ଗୁଜବ ପ୍ରସାର କରିବା ପାଇଁ "କିଛି ହୃଦୟହୀନ ଲୋକଙ୍କୁ" ନିନ୍ଦା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/07/parag-tyagi-2025-07-07-11-53-55.jpg)