କନକ ବ୍ୟୁରୋ : କଥାରେ ଅଛି ଦୃଢ ଇଛାଶକ୍ତି, ମନୋବଳ, କିଛି କରି ଦେଖାଇବାର ଜିଦ୍ ଆଗରେ କୌଣସି ବି ବାଧା ବିଘ୍ନ କାମ କରେନି । ଆଉ ଏହାର ଜ୍ୱଳନ୍ତ ଉଦାହଣର ଦେଖିବାକୁ ମିଳିଛି ବିହାରର ମଧୁବନୀରେ । ଆଜି ଏପରି ଏକ ବ୍ୟକ୍ତିଙ୍କ ବିସୟରେ ଜାଣିବେ ଯାହାଙ୍କର ଦୁଇ ଗୋଡ ସମ୍ପୂର୍ଣ୍ଣ ଅକାମୀ ହୋଇପଡିଥିଲେ ବି ସେ ବିଶ୍ୱ ରେକର୍ଡ କରି ଇତିହାସ ରଚିଛନ୍ତି ।
ପାଟଣାର ଶ୍ୟାମ୍ସ ଆଲମ୍... ଶ୍ୟାମ୍ ପିଲାଟି ଦିନରୁ ଖେଳ କୁଦରେ ଏକ ନମ୍ବର ରହିଆସିଛନ୍ତି । ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ମାର୍ସଲ ଆର୍ଟ ବ୍ଲାକ୍ ବେଲ୍ଟରୁ । ସେ ମାର୍ସଲ ଆର୍ଟରେ ବ୍ଲାକ୍ ବେଲ୍ଟ ହାସଲ କରିଛନ୍ତି । ଅନ୍ୟାନ୍ୟ ଖେଳରେ ବି ସେ ଅନେକ ମେଡାଲ୍ ଜିତିଛନ୍ତି । କିନ୍ତୁ ମାତ୍ର ୨୪ ବର୍ଷ ବୟସରେ ମେରୁଦଣ୍ଡ ଜନିତ ରୋଗ ଏବଂ ବିଫଳ ଅସ୍ତ୍ରୋପଚାର ତାଙ୍କଠୁ ତାଙ୍କର ଦୁଇ ଗୋଡକୁ ଛଡାଇନେଲା । ଦିନେ ଯିଏ ମାର୍ସଲ ଆର୍ଟରେ ଡେଇଁ ଡେଇଁ କିକ୍ ମାରିପାରୁଥିଲେ, ସେ ଆଜି ହ୍ୱିଲ୍ ଚେୟାରରେ ବସିଛି । ରୋଗ ସିନା ତାଙ୍କୁ ହ୍ୱିଲ୍ ଚେୟାରରେ ବସାଇଦେଲା କିନ୍ତୁ ତାଙ୍କ ଭିତରେ ଥିବା ଜିଦ୍, ଆତ୍ମବିଶ୍ୱାସ, ଦୃଢ ଇଛାଶକ୍ତି ମାରିପାରିନି । ମାର୍ସଲ ଆର୍ଟକୁ ଛାଡି ସ୍ୱିମିଂରେ ଅଭ୍ୟାସ କରିଥିଲେ । ଆଉ ଗଙ୍ଗା ନଦୀରେ ଦାର୍ଘ ୧୩କିମି ଦୂର ଶିବ ଘାଟରୁ ଦିଘାରୁ ଲ’ କଲେଜ୍ ଘାଟ ଯାଏଁ ପହଁରି ଇତିହାସ ରଚିଛନ୍ତି ଶ୍ୟାମ୍ ।
ପାଟଣାରେ ବିଶ୍ୱ ରେକର୍ଡ ବନାଇବା ପରେ ଶାମ୍ କହିଛନ୍ତି, ଯେତେବେଳେ ମତେ ଏହି ପ୍ରତିଯୋଗୀତା ବିସୟରେ ଜଣାପଡିଲା, ସେତେବେଳେ ମୁଁ ଏହି ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହୋଇଥିଲି । ନଦୀରେ ପହଁରୀବାର ଅଭ୍ୟାସ କରିଥିଲେ । ଜାଣିବାକୁ ପାଇଥିଲି ସ୍ୱିମିଂ ପୁଲରେ ପହଁରିବା ଓ ନଦୀରେ ପହରିବା ଆକାଶ ପାତାଳ ଫରକ ରହିଛି । ତଥାବି ହାର ନମାନି ଅଭ୍ୟାସ ଜାରି ରଖିଥିଲି । ଆଉ ଶେଷରେ ସଫଳତା ପାଇଛି ।
ଏହା କେବଳ ଶ୍ୟାମଙ୍କ ସଫଳତାର କାହାଣୀ ନଥିଲା । ଏହା ଆଜିର ଯୁବପୀଢି ପାଇଁ ପ୍ରେରଣାର ଏକ ବାର୍ତ୍ତା ଥିଲା । ସାମ୍ନାକୁ ଯେତେବି ଖରାପ ପରିସ୍ଥିତି ଆସୁ, ଯେତେବି ବାଧା ବିଘ୍ନ ଆସୁ ହାର ନମାନି ଚେଷ୍ଟା ଜାରି ରଖିବାର ପ୍ରେରଣା ଦେଇଛି ଶ୍ୟାମଙ୍କ କାହାଣୀ