କନକ ବ୍ୟୁରୋ: ବିହାର ପୂର୍ଣ୍ଣିୟାରୁ ସାଂସଦ ଥିବା ପପ୍ପୁ ଯାଦବ ଲରେନ୍ସ ଗ୍ୟାଙ୍ଗରୁ ମିଳିଛି ଧମକ । ଏହାପରେ ପପ୍ପୁ ଯାହା ପ୍ରତିକ୍ରିୟା ଦେଇଛନ୍ତି ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏହି ଘଟଣାରେ ପୋଲିସ ଯାହାକୁ ଗିରଫ କରିଛି ତା’ର ସ୍କ୍ରିପ୍ଟ ବିହାରରେ ଲେଖାହୋଇଛି ବୋଲି କହିଛନ୍ତି ପପ୍ପୁ । 

Advertisment

ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଯାଇ ପପ୍ପୁ ଯାଦବ କହିଛନ୍ତି, ମୋତେ କେବଳ ଦେଶ ଭିତରୁ ନୁହେଁ ଲରେନ୍ସ ଗ୍ୟାଙ୍ଗରୁ ବିଦେଶରୁ ବି ହତ୍ୟା ଧମକ ମିଳିସାରିଛି । ହେଲେ ମୋର କିଛି ଡରିବାର ନାହିଁ । ମୁଁ ଧମକ ମିଳିଥିବା ସବୁ ତଥ୍ୟ ପୋଲିସକୁ ଦେଇସାରିଛି  । ହେଲେ ସବୁ ପରେ ପୋଲିସ ଏପରି ଜଣେକୁ ଧରିଛି ଯିଏ ପୂର୍ବରୁ ଜଣେ ବିଜେପି ବିଧାୟକଙ୍କ ପିଏ ଥିଲା ଏବେ ଲରେନ୍ସ ଗ୍ୟାଙ୍ଗରେ ମିଶିଛି । 

ଲରେନ୍ସ ବିଷ୍ଣୋୟୀକୁ ଟାର୍ଗେଟ କରି ପପ୍ପୁ ଯାଦବ କହିଛନ୍ତି; ଏସବୁ ଅପରାଧୀଙ୍କୁ ପାଦର ଧୂଳି ବି ଭାବେନି । ତା’ଛଡା କାହାକୁ କ୍ଷମା ମାଗିବା ମୋ ସ୍ୱଭାବରେ ନାହିଁ । ଆଉ ମାଫିଆ, ଅପରାଧୀଙ୍କୁ ଏଜନ୍ମରେ କଣ କୌଣସି ଜନ୍ମରେ ବି କ୍ଷମା ମାଗିବା ମୋ ଦ୍ୱାରା ସମ୍ଭବ ନୁହେଁ । ଜନତାଙ୍କ ସ୍ୱାର୍ଥରେ ଯଦି ଶତ୍ରୁକୁ ପାଳିବାକୁ ପଡେ ତାହେଲେ ଏହା ସବୁଠୁ ଖୁସିର କଥା । ଏହାଦ୍ୱାରା ମନେ ହୁଏ ,ଯେପରି ଜୀବନ ସବୁଠୁ ମଜାରେ ଚାଲିଛି । କାରଣ ମାଫିଆ ଓ ଅପରାଧୀଙ୍କ ବିରୋଧରେ ଲଢିବାକୁ ଭାରି ମଜା ଲାଗେ ।