ଭିଭାନ ରିଚାର୍ଡଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, ଲର୍ଡସରେ ରଚିଲେ ଇତିହାସ

ଏପର୍ଯ୍ୟନ୍ତର ପରିସଂଖ୍ୟାନ ଅନୁଯାୟୀ, ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୩୫ଟି ଛକା ମାରିଛନ୍ତି, ଏବଂ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ଇଂଲଣ୍ଡ ବିପକ୍ଷରେ ୩୪ଟି ଛକା ମାରିଥିଲେ ।

46p

Photograph: (kanak news)

କନକ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଛି, ଯେଉଁଠାରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା । ବିଶେଷକରି ରିଷଭ ପନ୍ତ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଛକା ମାରିବାରେ ମାହିର । ପନ୍ତ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ।

ଏପର୍ଯ୍ୟନ୍ତର ପରିସଂଖ୍ୟାନ ଅନୁଯାୟୀ, ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୩୫ଟି ଛକା ମାରିଛନ୍ତି, ଏବଂ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ଇଂଲଣ୍ଡ ବିପକ୍ଷରେ ୩୪ଟି ଛକା ମାରିଥିଲେ । ପନ୍ତଙ୍କ ଏହି ସଫଳତାକୁ ତାଙ୍କର ଆକ୍ରମଣାତ୍ମକ ଏବଂ ନିର୍ଭୀକ ବ୍ୟାଟିଂ ଶୈଳୀର ନିଦର୍ଶନ କୁହାଯାଇପାରେ, ଯାହା ଟେଷ୍ଟ କ୍ରିକେଟରେ ମଧ୍ୟ ନୂତନ ଚିନ୍ତାଧାରାର ଝଲକ ଦେଇଛି ।

ଏହି ତାଲିକାରେ ଭାରତର ଆଉ ଦୁଇ ଯୁବ ବ୍ୟାଟସମ୍ୟାନ୍ - ଯଶସ୍ୱୀ ଜୟସୱାଲ୍ ଏବଂ ଶୁଭମନ ଗିଲ୍ ସାମିଲ ହୋଇଛନ୍ତି । ସାମ୍ପ୍ରତିକ ସମୟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଉଭୟେ ଟେଷ୍ଟ କ୍ରିକେଟ୍‌ରେ ଏକ ନୂତନ ଆଶା ଯୋଡ଼ିଛନ୍ତି । ଜୟସଓ୍ୱାଲ ମାତ୍ର କିଛି ମ୍ୟାଚ୍‌ରେ ୨୭ଟି ଛକା ମାରିଛନ୍ତି, ଯାହା ଏକ ସଙ୍କେତ ଯେ ଆଗାମୀ ସମୟରେ ସେ ଏହି ତାଲିକାରେ ଆହୁରି ଉପରକୁ ଯାଇପାରିବେ । ଶୁଭମନ ଗିଲ୍ ମଧ୍ୟ ୨୬ଟି ଛକା ସହିତ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe