ପନ୍ନୁ ଭିଡିଓରେ ଓଡ଼ିଆ ଲେଖାକୁ ନେଇ ଆଲୋଡ଼ନ । ଓଡ଼ିଶାରେ ପନ୍ନୁ ପାଇଁ କାମ କରୁଛି କିଏ ?

ପନ୍ନୁ ଭିଡିଓରେ ଓଡ଼ିଆ ଲେଖାକୁ ନେଇ ଆଲୋଡ଼ନ । ଓଡ଼ିଶାରେ ପନ୍ନୁ ପାଇଁ କାମ କରୁଛି କିଏ । ରାଜ୍ୟରେ ସକ୍ରିୟ ଅଛନ୍ତି କି ଖଲିସ୍ତାନୀ ସମର୍ଥକ ବଢ଼ିଲା ଚର୍ଚ୍ଚା ।

khalistani

ଭୁବନେଶ୍ବର: ଭୁବନେଶ୍ବରରେ ଆକ୍ରମଣ ନେଇ ପୁଣି ଧମକ ଦେଲା ପନ୍ନୁ। ଡିଜିପି ସମ୍ମିଳନୀକୁ ଟାର୍ଗେଟ୍ କରିବା ନେଇ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଆସିଛି ଧମକପୂର୍ଣ୍ଣ ଅଡିଓ। ଡିଜିପି ସମ୍ମିଳନୀକୁ ଟାର୍ଗେଟ କରିବାକୁ ଏଥିରେ ଦେଇଛି ଖୋଲା ଧମକ। ଆସନ୍ତାକାଲି ଆକ୍ରମଣ ନେଇ ଧମକ ଦେଇଛି ପନ୍ନୁ। ଅଡିଓରେ ପନ୍ନୁ କହିଛି, ହିନ୍ଦୁ ଆତଙ୍କୀ ମୋଦୀ ଭୁବନେଶ୍ବରକୁ ଆତଙ୍କୀ ସହରରେ ପରିଣତ କରିଛନ୍ତି। ଡିସେମ୍ବର ୧ - ଡି-ଡେ ହେବ। ଓଡ଼ିଶାବାସୀ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଉଡ଼ାଣ ଭରନ୍ତୁ ନାହିଁ କି ସେଠାରୁ ଯାଆନ୍ତୁ ନାହିଁ। ଖଲିସ୍ତାନ ନେକ୍ସସ୍ କାଶ୍ମିରୀ ଗ୍ୟାଙ୍ଗ ଟାର୍ଗେଟ୍‌ରେ ଡିଜିପି ସମ୍ମିଳନୀ। ଲୋକସେବା ଭବନକୁ ଟାର୍ଗେଟ୍ କରିବେ ଖଲିସ୍ତାନୀ ସମର୍ଥକ। ଖଲିସ୍ତାନୀ ପତାକା ଧରି ମୋର୍ଚ୍ଚା କଲେ ମିଳିବ ୨୫ ଲକ୍ଷ ଟଙ୍କା।

ପଞ୍ଜାବ ସ୍ବାଧିନତା ପାଇଁ ଖଲିସ୍ତାନ ଶିଖ୍ ସମର୍ଥକ ମରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ପୁଲିସ ନିର୍ଦ୍ଦେଶକ ତମେ ବି କଣ, ଭାରତ ସୀମା ସୁରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ? ଏଭଳି କିଛି ଧମକ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲକୁ ଆସିଛି ଏହି ଅଡିଓ । ଏହାକୁ ନେଇ ଥାନାରେ ଏତେଲା ଦେଇଛନ୍ତି ସାମ୍ବାଦିକ ଅକ୍ଷୟ ସାହୁ । ପନ୍ନୁର ଧମକ ପରେ ରାଜଧାନୀର ସୁରକ୍ଷା ଆହୁରି ବଢ଼ାଇ ଦିଆଯାଇଛି। ରାଜଧାନୀରେ ଅତିରିକ୍ତ ଫୋର୍ସ ମୁତୟନ ହୋଇଛି। ଡିଜିପି ସମ୍ମିଳନୀ ପୂର୍ବରୁ ବି ଏକ ଧମକପୂର୍ଣ୍ଣ ଭିଡିଓ ସେୟାର କରିଥିଲା ପନ୍ନୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe