କନକ ବ୍ୟୁରୋ: କେଉଁ ପାଞ୍ଜି ଠିକ୍, କେଉଁ ପାଞ୍ଜି ଭୁଲ, ତାକୁ ନେଇ ଉଠିଲା ଦ୍ୱନ୍ଦ୍ୱ । ୩ଟି ପାଞ୍ଜିରେ ସୋମନାଥ ଓ କାର୍ତ୍ତିକ ବ୍ରତ ଅଲଗା ଅଲଗା ଦିନରେ ପଡ଼ୁଛି। ତେଣୁ ସାଧାରଣ ଲୋକେ କେଉଁ ଦିନ କେଉଁ ବ୍ରତ ପାଳିବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି।

Advertisment

ବିଭିନ୍ନ ପାଞ୍ଜିରେ ବିଭିନ୍ନ ମତ। ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ । ପାଞ୍ଜି ଅନୁମୋଦନ କରୁଥିବା ପୁରୀ ମୁକ୍ତି ମଣ୍ଡପର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ। ଚଳିତ ବର୍ଷ ୨୦୨୪-୨୫ ମସିହାରେ ୩ଟି ପାଞ୍ଜି ଅନୁମୋଦିତ ହୋଇଛି। ୩ଟି ପାଞ୍ଜି ହେଲା ରାଧାରମଣ ପ୍ରେସ, ଜି ଏନ ତ୍ରପାଠୀ ଉତ୍କଳ ଜାତୀୟ ପାଞ୍ଜିକା ଓ କୋହିନୂର ପଠାଣୀ ସାମନ୍ତ ପାଞ୍ଜିକା। ହେଲେ ୩ଟି ପାଞ୍ଜିରେ ଉଭୟ ବ୍ରତ ଅଲଗା ଅଲଗା ତାରିଖରେ ପଡ଼ୁଛି। ଯାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।

ଏବେ ଆସନ୍ତୁ ନଜର ପକାଇବା ଦ୍ୱନ୍ଦ ସୃଷ୍ଟି କରୁଥିବା ଭିନ୍ନ ଭିନ୍ନ ପଞ୍ଜିକା ଉପରେ।
ଦ୍ୱନ୍ଦ୍ୱ ବଢ଼ାଇଲା ପଞ୍ଜିକା 
ଜିଏନ ତ୍ରପାଠୀ ଉତ୍କଳ ଜାତୀୟ ପଞ୍ଜିକାରେ ୧୨/୧୦/୨୦୨୪ ତାରିଖରେ ସୋମନାଥ ବ୍ରତ ସମାପନ 
କୋହିନୂର ପଠାଣୀ ସମାନ୍ତ ପଞ୍ଜିକାରେ ୧୩/୧୦/୨୦୨୪ ରବିବାର ଦିନ ସୋମନାଥ ବ୍ରତ ସମାପନ
ରାଧାରମଣ ପଞ୍ଜିକାରେ ୧୭/୧୦/୨୦୨୪ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ
ଜିଏନ ତ୍ରପାଠୀ ଉତ୍କଳ ଜାତୀୟ ପଞ୍ଜିକାରେ ୧୮/୧୦/୨୦୨୪ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ

ସେପଟେ କିଛି ପାଞ୍ଜିରେ ଭୁଲ ଥିବା ସ୍ୱୀକାର କରିଛନ୍ତି ମୁକ୍ତି ମଣ୍ଡପ ପଣ୍ଡିତ। ଆଉ କେଉଁ ପାଞ୍ଜି ଠିକ୍, ତାହା ମୁକ୍ତି ମଣ୍ଡପ ପକ୍ଷରୁ ସ୍ପଷ୍ଟ କରିବାକୁ କୁହାଯାଇଛି।

ଯେଉଁ ପାଞ୍ଜି ଦେଖି ସାଧାରଣ ଲୋକ ପୂଜା, ପର୍ବପର୍ବାଣୀ କରିଥାଏ। ଯଦି ସେଥିରେ ଭୁଲ ବାହାରିବ, ତାହେଲେ ସାଧାରଣ ଲୋକଙ୍କ ଭିତରେ ଦ୍ୱନ୍ଦ ଦେଖାଯିବା, ସ୍ୱାଭାବିକ। ତେଣୁ ମୁକ୍ତି ମଣ୍ଡପ ପକ୍ଷରୁ କେଉଁ ପାଞ୍ଜି ଠିକ୍, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।