କନକ ବ୍ୟୁରୋ: ଓଡିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଏଡାକୁ ନେଇ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ପାଞ୍ଜିରେ ମଧ୍ୟ ପୂର୍ବରୁ ଏନେଇ ଆକଳନ କରାଯାଇଥିଲା । ଓଡିଶା ପାଞ୍ଜି ଖଡିରତ୍ନରେ ତୁଳାମାସରେ ବାତ୍ୟା ହେବ ବୋଲି ଉଲ୍ଲେଖ ରହିଛି । ଗ୍ରହନକ୍ଷତ୍ରଙ୍କ ଦଶା ଓ ବାୟୁମଣ୍ଡଳର ସ୍ଥିତି, ଜଳ ବିଷୁବ ସଂକ୍ରାନ୍ତି ଦାଢ ସଞ୍ଚାର ହେତୁ ପ୍ରବଳ ଜଳ ବୃଷ୍ଟି ନେଇ ପାଞ୍ଜି ଗଣନା ହୋଇଥିଲା । ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କର୍ , ଅସ୍ତରଙ୍ଗ, ଯାଜପୁର, ନୟାଗଡ, କାକଟପୁର, ନିଆଳି ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅକ୍ଟୋବର ତା ୧୭ରୁ ତା ୨୩ ମଧ୍ୟରେ ଅକ୍ଟୋବର ତା ୨୬ରୁ ୩୦ ମଧ୍ୟରେ ନଭେମ୍ବର ତା ୫ରୁ ତା ୯ ମଧ୍ୟରେ ଏବଂ ନଭେମ୍ବର ତା ୧୧ରୁ ତା ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି।
ବାତ୍ୟାକୁ ନେଇ ପାଞ୍ଜି ଗଣନା ; ଉପକୂଳ ଓଡିଶାରେ ସାମୁଦ୍ରିକ ଝଡ ସହ ବାତ୍ୟା ନେଇ ହୋଇଥିଲା ଭବିଷ୍ୟବାଣୀ
ବାତ୍ୟାକୁ ନେଇ ପାଞ୍ଜିରେ ହୋଇଥିଲା ଭବିଷ୍ୟବାଣୀ । ଉପକୂଳ ଓଡ଼ିଶା ବାତ୍ୟାରେ ପ୍ରଭାବିତ ହେବା ନେଇ କହିଥିଲା ଖଡ଼ୀରତ୍ନ ପାଞ୍ଜି । ପ୍ରଚଣ୍ଡ ବାୟୁ ପ୍ରଭାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ସମ୍ଭାବନା ନେଇ ଉଲ୍ଲେଖ ।
/kanak/media/media_files/2024/10/22/Ame77u1Tx32y7z44j8jQ.jpg)