କନକ ବ୍ୟୁରୋ : କିଛି ଦିନ ବ୍ୟବଧାନ ପରେ ହାତୀପଲ କରଞ୍ଜିଆ ରେଞ୍ଜକୁ ଫେରିଛନ୍ତି । ୩୦ ଟିକିଆ ହାତୀପଲ ପାଇଁ ୩୦ରୁ ଅଧିକ ଗାଁରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବିଳମ୍ବିତ ରାତିରେ କେନ୍ଦୁଝର ସାହରପଡା ବ୍ଲକ ଦେଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି । ଏବେ ବଡ଼ ଦେଉଳି ଜଙ୍ଗଲରେ ଥିବା ସୂଚନା ମିଳିଛି । ୩୦ ଟିକିଆ ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି । ବଡ଼ ଦେଉଳି ଅଞ୍ଚଳରେ ଜଣଙ୍କର ପାଚେରି ଭାଙ୍ଗିଛନ୍ତି । କେତେକ ଘରଦ୍ୱାର ମଧ୍ୟ ଭାଙ୍ଗିଛନ୍ତି ।
କରଞ୍ଜିଆ ରେଞ୍ଜରେ ହାତୀ ଭୟ; ୩୦ଟିକିଆ ପଲକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ
୩୦ ଟିକିଆ ହାତୀପଲ ପାଇଁ ୩୦ରୁ ଅଧିକ ଗାଁରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବିଳମ୍ବିତ ରାତିରେ କେନ୍ଦୁଝର ସାହରପଡା ବ୍ଲକ ଦେଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି ।
/kanak/media/media_files/2025/08/10/karanjia-forest-range-2025-08-10-10-53-37.jpg)