ପଞ୍ଚୁକ ପାଇଁ ପ୍ରସ୍ତୁତି । ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ  । ଏଥର ୫ ଦିନ ବଦଳରେ ୪ ଦିନ ବ୍ରତ

Advertisment

୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ । କିନ୍ତୁ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ

୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ । କିନ୍ତୁ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ

panchuka

କନକ ବ୍ୟୁରୋ: ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ । କିନ୍ତୁ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ଼ । ଆଗକୁ ଆହୁରି ଭକ୍ତ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବରିଷ୍ଠ ନାଗରିକ ଓ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ପ୍ରଶାସନ । ୩୮ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାରିକେଡ, ପାନୀୟ ଜଳର ବ୍ୟବସ୍ଥା ହୋଇଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ସେହିପରି ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରବାଲ ।

ଦୀର୍ଘ ବର୍ଷ ପରେ ଚଳିତ ଥର ୪ଦିନ ପଡୁଛି ପଞ୍ଚୁକ ବ୍ରତ । ତେବେ ୪ଦିନରେ ମହାପ୍ରଭୁଙ୍କ ୪ଟି ବେଶ ଦେଖିବାକୁ ଭକ୍ତଙ୍କ ମନରେ ରହିଛି ଉତ୍କଣ୍ଠା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe