ରବିବାରଠୁ ପଞ୍ଚୁକ ଆରମ୍ଭ, ଏଥର ପାଞ୍ଚଦିନ ବଦଳରେ ୪ ଦିନ  ପଞ୍ଚୁକ

ନଭେମ୍ବର ୨ରୁ ପଞ୍ଚୁକ ବ୍ରତ ପାଳନ କରିବେ ବ୍ରତଧାରୀ

panchuka brata

panchuka brata Photograph: (KanakNews)

କନକ ବ୍ୟୁରୋ: ଦିନକ ପରେ ଅର୍ଥାତ୍ ରବିବାର ମହାକାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟା ରୁ ଦ୍ୱାରଫିଟା ସହ ସଅଳ ନୀତି ଉପରେ ଗୁରୁତ୍ବ ଦିଆଯାଇଛି । ପଞ୍ଚୁକରେ ଭିଡ ପାଇଁ ଭିତର କାଠଦର୍ଶନ ବାରଣ ରହିଥିବା ବେଳେ ଏହି ସମୟରେ କେବଳ ବାହାର କାଠ ଦର୍ଶନ କରିପାରିବେ ଭକ୍ତ  । ତେବେ ପଞ୍ଚକରେ ଭିଡକୁ ଦୃଷ୍ଟିରେ ରଖି ହୋଇଛି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମାର୍କେଟ ଛକ ଠାରୁ ମରଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର , ଶ୍ରନଅର ଠାରୁ ସିଂହଦ୍ୱାର ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା ।

ସୁରକ୍ଷା ଦୃଷ୍ଟିକୋଣରୁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ସହ ଭିତର ଓ ବାହାର ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ପଞ୍ଚୁକ ସମୟରେ ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ । ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ଟେଣ୍ଟ ବ୍ୟବସ୍ଥା କରାଯାଉଛି । ତିଥି କ୍ଷୟ ଯୋଗୁଁ ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ବିଶିଷ୍ଟ ହେବ ପଞ୍ଚୁକ । ତେଣୁ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ହେବନାହିଁ । ପଞ୍ଚୁକର ପ୍ରତ୍ୟେକ ଦିନ ମହାପ୍ରଭୁ ଆଡାକାନୀ, ଶ୍ରୀପୟର ଓ କୁଣ୍ଡଳୀ ଇତ୍ୟାଦି ପିନ୍ଧି ଦର୍ଶନ ଦେବେ। କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ।   

ରବିବାରଠୁ ପଞ୍ଚୁକ ଆରମ୍ଭ
ନଭେମ୍ବର ୨ରୁ ପଞ୍ଚୁକ ବ୍ରତ ପାଳନ କରିବେ ବ୍ରତଧାରୀ
ରାତି ୪ରୁ ଦ୍ୱାରଫିଟା ସହିତ ସଅଳ ନୀତି ଉପରେ ଗୁରୁତ୍ବ
ଭିତର କାଠଦର୍ଶନ ବାରଣ ରହିଛି
କେବଳ ବାହାର କାଠ ଦର୍ଶନ କରିପାରିବେ ଭକ୍ତ  
ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା
୩୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ
ଭିତର ଓ ବାହାର ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ
ଭକ୍ତ ମାନେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବେ
ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ଭକ୍ତ
ତିଥି କ୍ଷୟ ଯୋଗୁଁ ଏଥର ପାଞ୍ଚଦିନ ବଦଳରେ ୪ ଦିନ  ପଞ୍ଚୁକ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe