କନକ ବ୍ୟୁରୋ: ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତଥର ଲକ୍ଷ୍ମୀନୃସିଂହ ବେଶରୁ ବଞ୍ଚିତ ହେବେ ଭକ୍ତ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ କିପରି ମହାପ୍ରଭୁଙ୍କୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିହେବ ତା’ ଉପରେ ଗୁରୁତ୍ୱ ଦେଉଛି ଶ୍ରୀମନ୍ଦିର ପ୍ରଶାସନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us