କନକ ବ୍ୟୁରୋ : ପଞ୍ଚାୟତିରାଜ ଦିବସକୁ ନେଇ କେଁ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଦୀର୍ଘ ବର୍ଷ ହେଲା ପାଳନ ହୋଇଆସୁଛି । ତେବେ ଚଳିତବର୍ଷ ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଦଳ । ବିଜେଡି କହିଛି, ଏହା ସରକାରଙ୍କର ହୀନମନ୍ୟତାର ପରିଚୟ । ଜବାବରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ। କିନ୍ତୁ ସେ ବିଜେଡିର ସମ୍ପତ୍ତି ନଥିଲେ ।
ଦୀର୍ଘ ୨୪ ବର୍ଷ ଧରି ବିଜୁଙ୍କ ନାଁ ନେଇ ଶାସନ କରିଥିଲା ବିଜେଡି । ଯୋଜନା ହେଉ କି ନୀତି ନିଷ୍ପତିରେ ସବୁବେଳେ ବିଜୁ ପଟ୍ଟନାୟକଙ୍କ ନାଁକୁ ଆଗରେ ରଖୁଥିଲା । ହେଲେ ସତ୍ତା ବଦଳିବା ପରେ ସବୁ କିଛି ଚିତ୍ର ଧିରେ ଧିରେ ବଦଳିଯାଉଛି । ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେବା ପରେ ଚିହିଁଙ୍କି ଉଠିବା ସହିତ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/04/bO7Aoo3Ba5VhQ4mqWWwZ.jpg)