କନକ ବ୍ୟୁରୋ: ପଞ୍ଚାୟତିରାଜ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ରହୁନି ତାଳମେଳ । ହଇଜା ରିପୋର୍ଟ ଆସିବା ପରେ ମାନୁନାହାନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଗତକାଲି ବୈଠକ କରି ମୁଖ୍ୟ ଶାସନ ସଚିବ କହିଥିଲେ ପାଣି ଯୋଗୁଁ ବ୍ୟାପିଛି ଝାଡାବାନ୍ତି । ହେଲେ ଆଜି ମନ୍ତ୍ରୀ ଓଲଟା କଥା କହୁଛନ୍ତି । ପାଣି ପାଇଁ କଲେରା ହୋଇନାହିଁ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି । ଭୋଜି ଭାତରେ ଡିହାଇଡ୍ରେସନ ଯୋଗୁଁ ଏପରି ହୋଇଛି । ବିଭାଗ ମନିଟରିଂ କରୁଛି ।

Advertisment

ଆନନ୍ଦପୁରରୁ କୋରେଇ, ବଡ଼ଚଣାରେ ପାଣିକୁ ପରୀକ୍ଷା କରାଯାଇଛି । ଯେଉଁ ସ୍ଥାନରେ ଲୋକମାନେ ଆକ୍ରାନ୍ତ ହୋଇଛନ୍ତି ତାହାର ଚାରି ପାଖରେ ଥିବା ନଳକୂପ ଓ କୂଅକୁ ବ୍ଲିଚିଂ ଦ୍ଵାରା ସଫା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ କଲେରା ଘୋଷଣା କରିବା ପରେ କୂଅ ଓ ନଦୀ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି । ୨୪ ହଜାର ନଳକୂପ ମଞ୍ଜୁର ହୋଇଥିବା ବେଳେ ୧୮ ହଜାର କାମ ସରିଛି । ଅବଶିଷ୍ଟ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।