କନକ ବ୍ୟୁରୋ: ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ମାର୍ଚ୍ଚ 5ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ । ଅଲଗା ଅଲଗା ପାଳନ ହେବନି ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ମଧ୍ୟ ପାଳନ ହେବ ଲୋକସଭା ଦିବସ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାର୍ଚ୍ଚ ୫କୁ ବିଜୁ ପଟ୍ଟନାୟକ ଜୟନ୍ତୀ ଭାବେ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବନି । ୨୦୨୦ରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ।
ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ମାର୍ଚ୍ଚ 5ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ ।
/kanak/media/media_files/2025/03/03/ZwENrmkl8EHPG2si6eOU.jpg)