ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସମିତି ସଭ୍ୟ ।  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିନିଧିଙ୍କ ଧାରଣା ।

ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିନିଧିଙ୍କ ଧାରଣା । କୌଣସି ଅଧିକାରୀ ଆସୁନଥିବା ଅଭିଯୋଗ ।

ଆସିଲେନି ଅଧିକାରୀ ବସିଲେନି ନେତା

ଆସିଲେନି ଅଧିକାରୀ ବସିଲେନି ନେତା Photograph: (kanakNews)

କନକ ବ୍ୟୁରୋ:  ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସମିତିସଭ୍ୟ ଓ ସଭ୍ୟ। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଆଜି ବୈଠକ ବର୍ଜନ କରିଛନ୍ତି ସମିତି ସଭ୍ୟ ଓ ସରପଞ୍ଚମାନେ। ବୈଠକରେ କୌଣସି ଅଧିକାରୀ ଆସୁନଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ। କୌଣସି ଅଧିକାରୀ, ସେମାନଙ୍କ କଥା ଶୁଣୁନଥିବା କହିଛନ୍ତି। ୧୮ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ପୂର୍ବ ବୈଠକରେ ଅଞ୍ଚଳର ବିକାଶ ପାଇଁ ଅନେକ ଥର ଅଭିଯୋଗ କରିଆସୁଛନ୍ତି ନିର୍ବାଚିତ ପ୍ରତିନିଧିମାନେ। ହେଲେ କେହି ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଅଧିକାରୀ ମାନେ ବ୍ଲକରେ ମନ ମୁଖି କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ସ୍ତରରେ କୌଣସି ବିକାଶ ମୂଳକ କାମ ହୋଇ ପାରୁନାହିଁ। ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe