ଆଗକୁ ପଞ୍ଚାୟତ ପରୀକ୍ଷା : ଘର ସଜାଡ଼ିବାକୁ ୩ ରାଜନୈତିକ ଦଳ ତତ୍ପର

Advertisment

ରାଜ୍ୟ ରାଜନୀତିରେ ଏବେ ଦବଦବା ଦେଖାଇବାକୁ ଆଗଭର ଶାସକ-ବିରୋଧୀ । ହେଲେ ଏଯାଏଁ ଶାସକ-ବିରୋଧୀ ଶିବିରରେ ସରିନି ସାଙ୍ଗଠନିକ ପୁର୍ନବିନାସ। ଯେଉଁଥିପାଇଁ ତୃଣମୂଳସ୍ତରରେ ସ୍ଥାଣୁ ପାଲଟିଗଲାଣି ସଙ୍ଗଠନ

ରାଜ୍ୟ ରାଜନୀତିରେ ଏବେ ଦବଦବା ଦେଖାଇବାକୁ ଆଗଭର ଶାସକ-ବିରୋଧୀ । ହେଲେ ଏଯାଏଁ ଶାସକ-ବିରୋଧୀ ଶିବିରରେ ସରିନି ସାଙ୍ଗଠନିକ ପୁର୍ନବିନାସ। ଯେଉଁଥିପାଇଁ ତୃଣମୂଳସ୍ତରରେ ସ୍ଥାଣୁ ପାଲଟିଗଲାଣି ସଙ୍ଗଠନ

16

Photograph: (kanaknews)

କନକବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ଦବଦବା ଦେଖାଇବାକୁ ଆଗଭର ଶାସକ-ବିରୋଧୀ । ହେଲେ ଏଯାଏଁ ଶାସକ-ବିରୋଧୀ ଶିବିରରେ ସରିନି ସାଙ୍ଗଠନିକ ପୁର୍ନବିନାସ। ଯେଉଁଥିପାଇଁ ତୃଣମୂଳସ୍ତରରେ ସ୍ଥାଣୁ ପାଲଟିଗଲାଣି ସଙ୍ଗଠନ ।  ୩ ପ୍ରମୁଖ ଦଳର ସଙ୍ଗଠନ କେବଳ ରାଜଧାନୀରେ ନିଜର ଉପସ୍ଥିତି ଜାହିର କରୁଛନ୍ତି । ଯାହାକୁ ନେଇ କର୍ମୀ ସଂଶୟରେ ପଡିଲେଣି । ଆଗକୁ ଦଳରେ ଭବିଷ୍ୟତ କଣ? ଉଭୟ ବିଜେପି ଓ ବିଜେଡି ସଙ୍ଗଠନ ସଜାଡିବାକୁ ଅଣ୍ଟା ଭିଡିଛନ୍ତି । ହେଲେ ତାହା ଏବେ ବି ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। କଂଗ୍ରେସ ଛାମୁଆ ସଙ୍ଗଠନର  ଦାୟିତ୍ବ ବାଣ୍ଟିଥିଲେ ମଧ୍ୟ ଜିଲ୍ଲାସ୍ତରରେ ଏଯାଏଁ ପଛୁଆ ରହିଛି । 

ବିଜେପି: ସଙ୍ଗଠନକୁ ନେଇ ହଟୁନି ସସପେନ୍ସ
ସମ୍ବଲପୁର ଜିଲ୍ଲା ସଭାପତି ଘୋଷଣା କରିନି ଦଳ 
ସଙ୍ଗଠନର ପୁର୍ନଃବିନାସ ଏଯାଏଁ ହୋଇପାରୁନି
ରାଜ୍ୟ କାର୍ୟ୍ୟକାରିଣୀ ଘୋଷଣାରେ ବିଳମ୍ବ
ପଞ୍ଚାୟତ ନିର୍ବାଚନ ବଡ ଚ୍ୟାଲେଞ୍ଜ 
୧୫୦ ମଣ୍ଡଳରେ ଏବେ ବି ବଛାଯାଇନି ସଭାପତି
ରାଷ୍ଟ୍ରୀୟ ସଭାପତି ଚୟନ ପରେ ରାଜ୍ୟ କାର୍ୟ୍ୟକାରିଣୀରେ ବାଜିବ ମୋହର
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଟିମ୍ ଗଢୁଛନ୍ତି ମନମୋହନ
---
ବିଜେଡି: ସଙ୍ଗଠନ ଛିଡୁଛି, ଅଙ୍କ ବିଗୁଡୁଛି
୫ ସାଙ୍ଗଠନିକ ଜିଲ୍ଲାରେ ସଭାପତି ଘୋଷଣା କରିନି ଦଳ
ବାଲେଶ୍ବର, ରାୟଗଡା, ଢେଙ୍କାନାଳ, କୋରାପୁଟ, ଖୋର୍ଦ୍ଧା
ରାଜ୍ୟ କାର୍ୟ୍ୟକାରିଣୀ ଓ ରାଜ୍ୟ ପରିଷଦ ତାଲିକାରୁ ଏବେ ବି ହଟୁନି ପରଦା
ଛାତ୍ର, ଯୁବ ଓ ମହିଳା ସଙ୍ଗଠନର ଦାୟିତ୍ବ ବାଣ୍ଟିପାରୁନି ଦଳ 
ନେତା ଓ କର୍ମୀ ଛାଡୁଛନ୍ତି ଦଳ, ତୃଣମୂଳସ୍ତରରୁ ଦୁର୍ବଳ ହେଉଛି ସଙ୍ଗଠନ
୨ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି 
ସଙ୍ଗଠନକୁ ସୁଦୃଢ କରିବାକୁ ଏବେ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ
ନବ ନିର୍ବାଚିତ ସଭାପତିଙ୍କୁ ନେଇ ନବୀନ ନିବାସରେ ଚାଲିଛି ମାନସ ମନ୍ଥନ 
ଦଳ ଭିତରେ ବଢୁଛି ଅସନ୍ତୋଷ, ନବୀନ ନୀରବ
---
କଂଗ୍ରେସ: କନ୍ଦଳ କମିଛି, ଚ୍ୟାଲେଞ୍ଜ ବଢିଛି
ବିଳମ୍ବରେ ଆରମ୍ଭ ହେଲା ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା
ପିସିସି ନୁହେଁ ଏଆଇସିସି ବାଛିବ କଂଗ୍ରେସର ଜିଲ୍ଲା ମଙ୍ଗୁଆଳ
ସଙ୍ଗଠନ ସୃଜନ କାର୍ୟ୍ୟକ୍ରମର ରିପୋର୍ଟ ଆଧାରରେ ବଛାଯିବ ଜିଲ୍ଲା ସଭାପତି
୩୫ ଜଣିଆ ପର୍ୟ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି
ତୃଣମୂଳସ୍ତରର ସଙ୍ଗଠନକୁ ପୁଣି ସକ୍ରିୟ କରିବା ବଡ ଚ୍ୟାଲେଞ୍ଜ 
ପଞ୍ଚାୟତ ନିର୍ବାଚନ ଭକ୍ତଙ୍କ ପାଇଁ ଅଗ୍ନିପରୀକ୍ଷା
ଆନ୍ଦୋଳନ ଓ ପ୍ରତିବାଦ କରି ସରକାରଙ୍କୁ ଘେରୁଛି ଦଳ
ଛାତ୍ର ସଭାପତି ପଦ ଫାଙ୍କା ପଡିଛି 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe