କନକ ବ୍ୟୁରୋ : ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଓଡ଼ିଶାର କଂଗ୍ରେସ ପ୍ରଭାରୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ହରିୟାଣାରେ କଂଗ୍ରେସର ପରାଜୟ ପରେ ପ୍ରଭାରୀ ନିଜ ଇଚ୍ଛାରେ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି ।
ଏପଟେ ଓଡ଼ିଶାରେ ମଧ୍ୟ କଂଗ୍ରେସ ପଛେଇ ଯାଇଛି । ଓଡ଼ିଶାରେ କଂଗ୍ରେସର ସାଙ୍ଗଠନିକ ଦୁର୍ବଳତା ପରେ ଆଦର୍ଶ ଦୃଷ୍ଟିରୁ ଆମ ପ୍ରଭାରୀ ନିର୍ବାଚନ ପରାଜୟ ପରେ ଓଡିଶା ଦାୟିତ୍ବରୁ ଇସ୍ତଫା ଦେଇ ଦେବା କଥା । ହେଲେ ତାଙ୍କର ବୋଧେ ସେ ଆଦର୍ଶ ନାହିଁ ବୋଲି ଅଜୟ କୁମାରଙ୍କୁ ସମାଲୋଚନା କରିଛନ୍ତି ।