ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବଜାର-ହାଟ: ବେଲ, ନଡ଼ିଆ ଓ ଛତୁଆ କିଣିବାକୁ ପ୍ରବଳ ଭିଡ଼

Advertisment

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବଜାର-ହାଟ । ହନୁମାନ ଜୟନ୍ତୀକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପୁଲିସ ପ୍ରଶାସନର ପ୍ରସ୍ତୁତି

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବଜାର-ହାଟ । ହନୁମାନ ଜୟନ୍ତୀକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପୁଲିସ ପ୍ରଶାସନର ପ୍ରସ୍ତୁତି

ପଣା ପାଇଁ ମେଲିଛି ପସରା

ପଣା ପାଇଁ ମେଲିଛି ପସରା Photograph: (kanakNews)

କନକ ବ୍ୟୁରୋ: ଆସନ୍ତାକାଲି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ପ୍ରତି ଓଡ଼ିଆଙ୍କ ପାଇଁ ଆସନ୍ତା କାଲି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଘରେ ଘରେ ପଣା ହେବ ଓ ଚଉରାରେ ଠେକି ବନ୍ଧା ହେବ। ଏଥିପାଇଁ ଚଳଚଞ୍ଚଳ ବାଲେଶ୍ୱର ବଜାର । ଚାରିଆଡ଼େ ପଣା ସଂକ୍ରାନ୍ତି ସାମଗ୍ରୀର ପସରା ମେଲିଛି । ତୁଳସୀ ଚଉରାରେ ବାନ୍ଧିବା ପାଇଁ ବସୁନ୍ଧରା ଠେକି, ପତ୍ର ଲାଗିଥିବା ଆମ୍ବ, ବେଲ, ଗୁଡ଼ ଓ ଛତୁଆ ବିକ୍ରି ହେଉଛି । ଯାହାକୁ କିଣିବାକୁ ଲୋକଙ୍କ ବେଶ୍ ଗହଳି । ବେଲ ଗୋଟାକର ଦାମ୍‌ ୧୦ ରୁ ୩୦ଟଙ୍କା ରହିଥିବା ବେଳେ, ଛତୁଆ କିଲୋ ୧୦୦ରୁ ୧୨୦, କଳସୀ ଗୁଡ଼ର କିଲୋ ୧୦୦ ଟଙ୍କା ରହିଛି । 

ଓଡିଆ ନବବର୍ଷ ପାଳନ ପାଇଁ ଉତ୍ସବ ମୁଖର କଟକ ସହର । ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ବଜାରରେ ଗହଳି । ଆସନ୍ତାକାଲି ଘରେ ପଣା ହେବ, ସେଥିପାଇଁ ନଡ଼ିଆ, ବେଲ, କଦଳୀ, ଛତୁଆ ଓ ଛେନା କିଣୁଛନ୍ତି ଲୋକ। ନଡ଼ିଆ ଗୋଟାକର ଦାମ୍ ୪୦ ଟଙ୍କା ରହିଥିବା ବେଳେ, ବେଲ ୩୦ ଟଙ୍କା, କଦଳୀ ଡଜନ ୫୦ ଟଙ୍କା, ଭଲ ଛତୁଆର ଦାମ ୨୦୦ ଟଙ୍କା ରହିଛି । ଏପଟେ ଦୋକାନୀଙ୍କ କହିବା କଥା ଲୋକମାନେ ଅନ୍‌ଲାଇନରେ ସବୁ କିଣାକିଣି କରୁଥିବାରୁ ପୂର୍ବପରି ଆଉ ବେପାର ନାହିଁ । ପଣାସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଉଭୟ କଟକ ଓ ବାଲେଶ୍ୱରରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe