P Tree Photograph: (kanak news)
କନକ ବ୍ୟୁରୋ : ପାମ ତଥା ତାଳ ତେଲରେ କେନ୍ଦୁଝରକୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସରକାର ୨୦୨୪ ମସିହାରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ନେଇ ରାଜକୋଷରୁ ବ୍ୟାପକ ବ୍ୟୟବରାଦ ମଧ୍ୟ କରାଯାଇଛି। ମାତ୍ର ପାମ୍ ଗଛ ଲଗାଇ ବିଫଳ ଚମ୍ପୁଆ ବ୍ଲକ ର ଚାଷୀ । ପାମ୍ ଗଛ ଲଗାଇଦେଇ ଛୁ ମାରିଛି ଗଛ ଲଗାଇବା ଠିକା କମ୍ପାନୀ। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ତାଳ ତେଲରେ କେନ୍ଦୁଝରକୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଥିବା ଯୋଜନା ଏବେ ସନ୍ଦେହଘେରକୁ ଚାଲିଯାଇଛି। ଚମ୍ପୁଆ ବ୍ଲକ ଶଶାଙ୍ଗ ଗାଁ ରେ ୨୦୨୪ ଆର୍ଥିକ ବର୍ଷରେ ତାଳ ଗଛ ଲଗାଇ ବାକୁ ଉଦ୍ୟାନ ବିଭାଗ ନକ୍ସା ପ୍ରସ୍ତୁତ କରିଚଥିଲା । ତାଳ ଚାରା ଲଗାଇବାକୁ ଶୁଭେନ ଏଗ୍ରୋ କମ୍ପାନିକୁ ଗାଁର ପ୍ରାୟ ୧୮ ଜଣ ଚାଷୀଙ୍କ ୧୭.୨ ହେକ୍ଟର ଜମି ଦିଆଯାଇଥିଲା। ପୂର୍ବରୁ ଏହି ଜମିରେ ଉଦ୍ୟାନ ବିଭାଗ ଫଳ ଗଛ ଲଗାଇଥିବା ବେଳେ କମ୍ପାନୀ ପାମୋଲିନ ଗଛ ଲଗାଇଲେ ଅଧିକ ଲାଭ ମିଳିବାର ଆଶା ଦେଖାଇଥିଲା। ଫଳରେ ଚାଷୀ ଜମିରେ ପୂର୍ବରୁ ଥିବା ଆମ୍ବ, ଲେମ୍ବୁ, କାଜୁ ଗଛକୁ ନଷ୍ଟ କରି ତାଳ ଗଛ ଲଗାଇଥିଲେ । କିନ୍ତୁ ଯତ୍ନ ନନେବାରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲଗାଯାଇଥିବା ଗଛ ନଷ୍ଟ ହୋଇଗଲାଣି ।
ଅଧିକ ପଢ଼ନ୍ତୁ---ବରଗଡରେ ପୁଲିସର ଫ୍ଲାଗମାର୍ଚ୍ଚ; ରାତି ୧୦ଟା ବାଜିଲେ ସବୁ ଦୋକାନ ବଜାର ବନ୍ଦ
ତାଳ ଗଛ ଲଗାଇବା ପୂର୍ବରୁ ସୁରକ୍ଷା ବାଡ଼, ଜଳସେଚନର ବ୍ୟବସ୍ଥା କରିବା କଥା। ମାତ୍ର କମ୍ପାନୀ ଖୋଲା ପଡ଼ିଆରେ ଚାରା ଲଗାଇ ଚାଲିଯାଥିଲା। ଗଛ ଗୁଡ଼ିକ ର ଯତ୍ନ ନେବା ଦୂରର କଥା କମ୍ପାନୀର ଆଉ ଦେଖା ମଧ୍ୟ ନାହିଁ। ସରକାର ଅବା ଉଦ୍ୟାନ ବିଭାଗ ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପାମ ଗଛ ଲଗାଇବାକୁ ଜମିଦେଇ ଚାଷୀ ପଶ୍ଚାତାପ କରୁଛନ୍ତି। ହେଲେ ଗଛ ମରିଗଲେ ପୁଣି ଗଛ ଲଗାଇବାର କୌଣସି ଅସୁବିଧାନଥିବା କହିଛନ୍ତି ଚମ୍ପୁଆ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମାଝୀ । ପ୍ରଶାସନ ସ୍ତରରେ ଅଣଦେଖା ଏବଂ ତଦାରଖ କରଯାଉନଥିବାରୁ ସରକାରଙ୍କ ମହତ୍ବକାଂକ୍ଷୀ ଯୋଜନା ବାସ୍ତବ ରୂପରେଖ ନେଉପାରୁନାହିଁ ।
Follow Us