କଟକରେ ଉଡ଼ିଲା ପାଲେଷ୍ଟାଇନ୍ ପତାକା ;  ମହମ୍ମଦ ଜୟନ୍ତୀରେ ସାମ୍ନାକୁ ଆସିଲା ଦୃଶ୍ୟ

କଟକରେ ଉଡ଼ିଲା ପାଲେଷ୍ଟାଇନ୍ ପତାକା ;  ମହମ୍ମଦ ଜୟନ୍ତୀରେ ସାମ୍ନାକୁ ଆସିଲା ଦୃଶ୍ୟ ।  କଟକ ବକ୍ସି ବଜାରରେ ସନ୍ଦିଗ୍ଧ ପତାକାକୁ ଧରିଲା ପୁଲିସ । ପାଲେଷ୍ଟାଇନ ପତାକାର ରଙ୍ଗ ଲାଗିଥିବା ବେଳେ କୌଣସି ଲୋଗୋ ନଥିବା ପୁଲିସର ସୂଚନା ।

v

କନକ ବ୍ୟୁରୋ: କଟକରେ ମହମ୍ମଦଙ୍କ ଜୟନ୍ତୀ ଶୋଭାଯାତ୍ରା ବେଳେ ସନ୍ଦିଗ୍ଧ ପାଲେଷ୍ଟାଇନ ପତାକା ରଙ୍ଗ ଥିବା ଏକ ପତାକାକୁ ଧରିଛି ପୋଲିସ । କଟକ ବକ୍ସିବଜାର ଛକରେ ହେଉଥିବା ଶୋଭାଯାତ୍ରାରେ ଏହି ସନ୍ଦିଗ୍ଧ ପତାକାକୁ ଧରିଛି ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଏହି ପତାକାକୁ ଜବତ କରିଥିବା କହିଛି । ତେବେ ଏହି ପତାକାରେ କେବଳ ପାଲେଷ୍ଟାଇନ ପତାକା ରଙ୍ଗ ଥିବା ବେଳେ କୌଣସି ଲୋଗୋ ନଥିବା ପୋଲିସ କହିଛି । ତେଣୁ ଏହା ପ୍ରକୃତ ପାଲେଷ୍ଟାଇନ ପତାକା ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି । କେବଳ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଦରଘାବଜାର ଥାନା ପୋଲିସ ଏହି ପତାକାକୁ ଶୋଭାଯାତ୍ରାରୁ ବାହାର କରି ଜବତ କରିଥିବା କଟକ ଅତିରିକ୍ତ ଡିସିପି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe