କନକ ବ୍ୟୁରୋ : ପୁଣି ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା । ଭାରତର ଅପରେସନ୍ ସିନ୍ଦୂର ପରେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇଲା ପାକିସ୍ତାନ । ପୂର୍ବରୁ ଗୁପ୍ତଭାବେ ସହାୟତା କରୁଥିବା ବେଳେ ଏବେ ଖୋଲାଖୋଲି ସହାୟତା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି ପାକିସ୍ତାନ ସରକାର । ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଏବା ସଂଗଠନକୁ ସିଧାସଳଖ ପର୍ଯ୍ୟାପ୍ତ ପାଣ୍ଠି ମିଳିବା ସୁନିଶ୍ଚିତ କରାଯାଇଛି । ପାକିସ୍ତାନ ସରକାର ପିଓକେ ସରକାରଙ୍କୁ ୫୩୨ ନିୟୁତ ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । ମେ’ ୭ ତାରିଖରେ ଅପରେସନ୍ ସିନ୍ଦୂରରେ ପାକିସ୍ତାନରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା । ଏବେ ଏହି ସବୁ ଆଡ୍ଡାକୁ ପୁଣି ଥରେ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ପାକିସ୍ତାନ ସରକାର । ଶିକ୍ଷା ଆଳରେ ପୁଣି ଏହାର ପୁନଃର୍ନିମାଣ କରାଯାଉଛି । ଏହାସହ ପାକିସ୍ତାନର ସରକାରୀ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି ।