ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ଖବର, ଆଇଏସ୍‌ଆଇର ନିର୍ଦ୍ଦେଶରେ ଆକ୍ରମଣ କରିଥିଲା ଲସ୍କର-ଇ-ତୋଏବା

Advertisment

ଏନ୍ଆ‌ଇଏ ତଦନ୍ତ ରିପୋର୍ଟରେ ଦାବି । ପାକ୍‌ ସେନାର ସମ୍ପୃକ୍ତିର ମଧ୍ୟ ମିଳିଛି ପ୍ରମାଣ ।

ଏନ୍ଆ‌ଇଏ ତଦନ୍ତ ରିପୋର୍ଟରେ ଦାବି । ପାକ୍‌ ସେନାର ସମ୍ପୃକ୍ତିର ମଧ୍ୟ ମିଳିଛି ପ୍ରମାଣ ।

ପହଲଗାମ ଆକ୍ରମଣର ବଡ଼ ପ୍ରମାଣ

ପହଲଗାମ ଆକ୍ରମଣର ବଡ଼ ପ୍ରମାଣ Photograph: (KanakNews)

କନକ ବ୍ୟୁରୋ :ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଆସିଛି ବଡ଼ ଖବର । ଆତଙ୍କୀ ଆକ୍ରମଣର ସୂତ୍ରଧର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ । ପୂର୍ବରୁ ଅନେକବାର ଭାରତ ବିରୋଧରେ ଷଡଯନ୍ତ୍ର କରି ଆଇଏସ୍‌ଆଇ ଓ ପାକିସ୍ତାନ ଧରାପଡିଥିବାବେଳେ ଏବେ ପୁଣି ଥରେ ମିଳିଛି ଠୋସ୍‌ ପ୍ରମାଣ । ଏନଆଇଏ ତଦନ୍ତରେ ଠୋସ୍‌ ପ୍ରମାଣ ମିଳିଥିବା ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ କୁହାଯାଉଛି । ତେବେ ଏନଆଇର ରିପୋର୍ଟ କହୁଛି 
ଆକ୍ରମଣ ପଛରେ ଆଇଏସ୍‌ଆଇ !

ଆଇଏସ୍‌ଆଇ ଓ ଲସ୍କର ପରସ୍ପର ସହ ହାତ ମିଶାଇ ଭାରତ ବିରୋଧରେ ବଡ଼ ଷଡ଼୍‌ଯନ୍ତ୍ର ରଚିଛନ୍ତି 
-ଆଇଏସ୍‌ଆଇ ନିର୍ଦ୍ଦେଶରେ ପହଲଗାମରେ ଆକ୍ରମଣ କରିଛି 
-ପିଓକେରେ ବସି ବ୍ଲ୍ୟୁ ପ୍ରିଣ୍ଟ ତିଆରି କରାଯାଇଥିଲା
-ମାଷ୍ଟରମାଇଣ୍ଡ ଲସ୍କର ଆତଙ୍କୀ ହାସିମ ମୁସା ଓ ଅଲ୍ଲୀ ତଲହା 
-ଦୁଇଜଣ ସ୍ଥାନୀୟ ଆତଙ୍କୀ ଆଦିଲ ଠୋକରେକୁ ଯୋଗାଯୋଗ କରିଥିଲେ
-ଆଦିଲ ସହଯୋଗରେ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଏକାଠି କରାଯାଇଥିଲା 
-ଯେଉଁମାନେ ପହଲଗାମ ଓ କିଛି ଅଞ୍ଚଳ ବାବଦରେ ତଥ୍ୟ ଯୋଗାଡ଼ କରିଥିଲେ
-ପରେ ସୀମାପାର ଆତଙ୍କୀ ୩ଟି ସ୍ଥାନରେ ରେକି କରିଥିଲେ 
-ମୋଟ ୧୫୦ଜଣ ଓଭରଗ୍ରାଉଣ୍ଡ ୱାର୍କରଙ୍କ ସାହାଯ୍ୟ ନିଆଯାଇଥିଲା 
-ଆକ୍ରମଣ ଘଟଣାସ୍ଥଳରେ ପହଞ୍ଚି ଏନ୍‌ଆଇଏ ଟିମ୍‌ ଥ୍ରୀଡି ମ୍ୟାପିଂ କରିଛି
-ଘଟଣାସ୍ଥଳରେ ଆକ୍ରମଣ ସିନ୍‌ ରିକ୍ରିଏସନ କରାଯାଇଛି
-ଏନ୍‌ଆଇଏ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପଠାଯିବ
-ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ମଞ୍ଚରେ ବଡ଼ କାର୍ଯ୍ୟାନୁଷ୍ଠାନ କରାଯାଇପାରେ
-ୟୁଏନ୍‌ ଓ ଏଫ୍‌ଏଟିଏଫ୍‌କୁ ପାକିସ୍ତାନ ବିରୋଧରେ ପ୍ରମାଣ ଦିଆଯିବ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe