କନକ ବ୍ୟୁରୋ :ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଆସିଛି ବଡ଼ ଖବର । ଆତଙ୍କୀ ଆକ୍ରମଣର ସୂତ୍ରଧର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ । ପୂର୍ବରୁ ଅନେକବାର ଭାରତ ବିରୋଧରେ ଷଡଯନ୍ତ୍ର କରି ଆଇଏସ୍ଆଇ ଓ ପାକିସ୍ତାନ ଧରାପଡିଥିବାବେଳେ ଏବେ ପୁଣି ଥରେ ମିଳିଛି ଠୋସ୍ ପ୍ରମାଣ । ଏନଆଇଏ ତଦନ୍ତରେ ଠୋସ୍ ପ୍ରମାଣ ମିଳିଥିବା ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ କୁହାଯାଉଛି । ତେବେ ଏନଆଇର ରିପୋର୍ଟ କହୁଛି
ଆକ୍ରମଣ ପଛରେ ଆଇଏସ୍ଆଇ !
ଆଇଏସ୍ଆଇ ଓ ଲସ୍କର ପରସ୍ପର ସହ ହାତ ମିଶାଇ ଭାରତ ବିରୋଧରେ ବଡ଼ ଷଡ଼୍ଯନ୍ତ୍ର ରଚିଛନ୍ତି
-ଆଇଏସ୍ଆଇ ନିର୍ଦ୍ଦେଶରେ ପହଲଗାମରେ ଆକ୍ରମଣ କରିଛି
-ପିଓକେରେ ବସି ବ୍ଲ୍ୟୁ ପ୍ରିଣ୍ଟ ତିଆରି କରାଯାଇଥିଲା
-ମାଷ୍ଟରମାଇଣ୍ଡ ଲସ୍କର ଆତଙ୍କୀ ହାସିମ ମୁସା ଓ ଅଲ୍ଲୀ ତଲହା
-ଦୁଇଜଣ ସ୍ଥାନୀୟ ଆତଙ୍କୀ ଆଦିଲ ଠୋକରେକୁ ଯୋଗାଯୋଗ କରିଥିଲେ
-ଆଦିଲ ସହଯୋଗରେ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଏକାଠି କରାଯାଇଥିଲା
-ଯେଉଁମାନେ ପହଲଗାମ ଓ କିଛି ଅଞ୍ଚଳ ବାବଦରେ ତଥ୍ୟ ଯୋଗାଡ଼ କରିଥିଲେ
-ପରେ ସୀମାପାର ଆତଙ୍କୀ ୩ଟି ସ୍ଥାନରେ ରେକି କରିଥିଲେ
-ମୋଟ ୧୫୦ଜଣ ଓଭରଗ୍ରାଉଣ୍ଡ ୱାର୍କରଙ୍କ ସାହାଯ୍ୟ ନିଆଯାଇଥିଲା
-ଆକ୍ରମଣ ଘଟଣାସ୍ଥଳରେ ପହଞ୍ଚି ଏନ୍ଆଇଏ ଟିମ୍ ଥ୍ରୀଡି ମ୍ୟାପିଂ କରିଛି
-ଘଟଣାସ୍ଥଳରେ ଆକ୍ରମଣ ସିନ୍ ରିକ୍ରିଏସନ କରାଯାଇଛି
-ଏନ୍ଆଇଏ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପଠାଯିବ
-ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ମଞ୍ଚରେ ବଡ଼ କାର୍ଯ୍ୟାନୁଷ୍ଠାନ କରାଯାଇପାରେ
-ୟୁଏନ୍ ଓ ଏଫ୍ଏଟିଏଫ୍କୁ ପାକିସ୍ତାନ ବିରୋଧରେ ପ୍ରମାଣ ଦିଆଯିବ