କାଲି ବସିବ ପାକିସ୍ତାନ ସଂସଦର ସ୍ବତନ୍ତ୍ର ଅଧିବେଶନ, ସେପଟେ ଭାରତକୁ ପାକିସ୍ତାନର ପୁଣି ପରମାଣୁ ଧମକ

ରୁଷ୍‌ରେ ଅବସ୍ଥାପିତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ନାଲିଆଖି । ସାମରିକ କାର୍ଯ୍ୟାନୁଷ୍ଠାନ କଲେ ଭାରତକୁ ଦିଆଯିବ ଜବାବ ।

ଛାତି ଧଡ଼ପଡ୍,ତଥାପି ମୁହଁଟାଣ

ଛାତି ଧଡ଼ପଡ୍,ତଥାପି ମୁହଁଟାଣ Photograph: (Kanak News)

କନକ ବ୍ୟୁରୋ: ପାକିସ୍ତାନର ପରମାଣୁ ଆକ୍ରମଣ ଧମକ । ଯଦି ଭାରତ ମିଲିଟାରୀ କାର୍ଯ୍ୟନୁଷ୍ଠାନ ନିଏ, ତେବେ ପୂରା ଦମ୍‌ରେ ଜବାବ ଦେବ ପାକିସ୍ତାନ । ଆବଶ୍ୟକ ସ୍ଥଳେ ପରମାଣୁ ବୋମା ବ୍ୟବାହାର କରିବାରୁ ପାକିସ୍ତାନ ପଛାଇବ ନାହିଁ । ଏଭଳି କହିଛନ୍ତି ଋଷରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖଲିଦ ଜମାଲି । ଏଥିସହ ଭାରତ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ତଥ୍ୟ ଲିକ୍‌ ହୋଇଥିବା କହିଛନ୍ତି  ପାକିସ୍ତାନ ରାଷ୍ଟ୍ରଦୂତ ।

ଏକ ଟିଭି ସାକ୍ଷାତକାରରେ ମହମ୍ମଦ ଖଲିଦ ଜମାଲି କହିଛନ୍ତି, ଲିକ୍ ହୋଇଥିବା ଭାରତର କିଛି ଡକ୍ୟୁମେଣ୍ଟରୁ ଭାରତ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବ ବୋଲି ସୂଚନା ମଳିଛି। ଯେତେବେଳେ ଭାରତ-ପାକିସ୍ତାନ କଥା ଆସେ ସେତେବେଳେ କାହାର କେତେ ଶକ୍ତି ଦେଖାଯାଏ ନାହିଁ । କାରଣ ଦୁଇ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି । ଭାରତ ଆକ୍ରମଣ କଲେ ପାକିସ୍ତାନ ପରମାଣୁ ଅସ୍ତ୍ର ସହ ପୂରା ଦମ୍‌ରେ ଜବାବ ବୋଲି କହିଛନ୍ତି ପାକିସ୍ତାନ ରାଷ୍ଟ୍ରଦୂତ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe