କନକ ବ୍ୟୁରୋ: ପାକିସ୍ତାନର ପରମାଣୁ ଆକ୍ରମଣ ଧମକ । ଯଦି ଭାରତ ମିଲିଟାରୀ କାର୍ଯ୍ୟନୁଷ୍ଠାନ ନିଏ, ତେବେ ପୂରା ଦମ୍ରେ ଜବାବ ଦେବ ପାକିସ୍ତାନ । ଆବଶ୍ୟକ ସ୍ଥଳେ ପରମାଣୁ ବୋମା ବ୍ୟବାହାର କରିବାରୁ ପାକିସ୍ତାନ ପଛାଇବ ନାହିଁ । ଏଭଳି କହିଛନ୍ତି ଋଷରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖଲିଦ ଜମାଲି । ଏଥିସହ ଭାରତ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ତଥ୍ୟ ଲିକ୍ ହୋଇଥିବା କହିଛନ୍ତି ପାକିସ୍ତାନ ରାଷ୍ଟ୍ରଦୂତ ।
ଏକ ଟିଭି ସାକ୍ଷାତକାରରେ ମହମ୍ମଦ ଖଲିଦ ଜମାଲି କହିଛନ୍ତି, ଲିକ୍ ହୋଇଥିବା ଭାରତର କିଛି ଡକ୍ୟୁମେଣ୍ଟରୁ ଭାରତ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବ ବୋଲି ସୂଚନା ମଳିଛି। ଯେତେବେଳେ ଭାରତ-ପାକିସ୍ତାନ କଥା ଆସେ ସେତେବେଳେ କାହାର କେତେ ଶକ୍ତି ଦେଖାଯାଏ ନାହିଁ । କାରଣ ଦୁଇ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି । ଭାରତ ଆକ୍ରମଣ କଲେ ପାକିସ୍ତାନ ପରମାଣୁ ଅସ୍ତ୍ର ସହ ପୂରା ଦମ୍ରେ ଜବାବ ବୋଲି କହିଛନ୍ତି ପାକିସ୍ତାନ ରାଷ୍ଟ୍ରଦୂତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/04/AS9OovDgln7evNmv1jjf.jpg)