ପରିବା ଦରରେ ପାକ୍ ମନ୍ତ୍ରୀଙ୍କ ଇଜ୍ଜତ ନିଲାମ : ଲୋକେସନ୍ ନେଲେ ୧୫୦, ଫୋନ୍ ଟ୍ୟାପ୍ କଲେ ୬୦୦

Advertisment

ନିକଟରେ ଚକିତ କରିଦେଲା ଭଳି ସଦ୍ୟ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡ଼ିଛି ଯେ ପାକିସ୍ତାନର ମନ୍ତ୍ରୀ, ରାଜନେତା,ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ଟ୍ୟାପ୍ ଏବଂ ଡାଟା ଲିକ୍ ହେଉଛି ।

Updated On

ନିକଟରେ ଚକିତ କରିଦେଲା ଭଳି ସଦ୍ୟ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡ଼ିଛି ଯେ ପାକିସ୍ତାନର ମନ୍ତ୍ରୀ, ରାଜନେତା,ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ଟ୍ୟାପ୍ ଏବଂ ଡାଟା ଲିକ୍ ହେଉଛି ।

ଅଦ୍ୟତନ ହୋଇଛି
Pakistan

Pakistan Photograph: (KanakNews)

କନକ ବ୍ୟୁରୋ : କେତେବେଳେ ଖାଦ୍ୟ ତ କେତେବେଳେ ପାଣିକୁ ନେଇ ହାହାକାର ଡାକୁଥିବା ପାକିସ୍ତାନର ମୁହଁ ଫୁଟାଣି କେବେ ବି ଭାଙ୍ଗିବ ନାହିଁ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଇଜ୍ଜତକୁ ଖୁଚୁରାରେ ବିକ୍ରି କରୁଛି ଆତଙ୍କୀସ୍ତାନ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ନିକଟରେ ଚକିତ କରିଦେଲା ଭଳି ସଦ୍ୟ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡ଼ିଛି ଯେ ପାକିସ୍ତାନର ମନ୍ତ୍ରୀ, ରାଜନେତା,ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ଟ୍ୟାପ୍ ଏବଂ ଡାଟା ଲିକ୍ ହେଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମନ୍ତ୍ରୀମାନଙ୍କ ଫୋନର ଲୋକେସନ୍ ମାତ୍ର ୫୦୦ ଟଙ୍କାରେ ମିଳିଯାଉଛି । ଯାହା ଭାରତୀୟ ମୁଦ୍ରା ହିସାବରେ ମାତ୍ର ୧୫୫ ଟଙ୍କା । ପାକିସ୍ତାନର ଏହି ରିପୋର୍ଟ ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଅନେକ ପାକ୍ ନେତା ଏବଂ ମନ୍ତ୍ରୀ ଏନେଇ ଅଭିଯୋଗ କରିଆସୁଥିଲେ । କିନ୍ତୁ ଏବେ ଜଣାପଡ଼ିଛି ଯେ ୧୦ ହଜାରରୁ ଅଧିକ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ରେକର୍ଡ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇବର୍ ହ୍ୟାକର୍ସ ୨୦୦୦ ପାକିସ୍ତାନୀ ଟଙ୍କା ଯାହା ଭାରତରେ ମାତ୍ର ୬୦୦ ଟଙ୍କା ନେଇ ଫୋନ୍ ରେକର୍ଡ କରୁଛନ୍ତି ଏବଂ ଏହି ଡାଟାକୁ ସହଜରେ ସାର୍ବଜନୀନ କରୁଛନ୍ତି । ଅର୍ଥାତ ୬୦୦ ଟଙ୍କାରେ ପାକିସ୍ତାନର ବଡ଼ବଡ଼ିଆଙ୍କ ଇଜ୍ଜତ ନିଲାମ ହେଉଛି । ଏମିତିକି ବିଦେଶ ଗଲେ ମଧ୍ୟ ଏହି ନେତା ଓ ମନ୍ତ୍ରୀଙ୍କ ଫୋନ୍ ସହଜରେ ଟ୍ୟାପ୍ କରାଯାଉଛି । ଆଉ ଏଥିପାଇଁ ଟଙ୍କା ଲାଗିବ ମାତ୍ର ହଜାରେ ।

pakistan-flag-
pakistan-flag- Photograph: (google)

ପାକିସ୍ତାନ ସରକାରଙ୍କ ଅନୁସାରେ ପ୍ରଥମେ ପାକ୍ ନାଗରିକମାନେ ଯେଉଁ ସିମ୍ କାର୍ଡ କିଣୁଛନ୍ତି , ତାହାକୁ ତୁରନ୍ତ ୱେବସାଇଟ୍ ମାଧ୍ୟମରେ ନିଜ ନିୟନ୍ତ୍ରଣକୁ ନିଆଯାଉଛି । ଏହାଦ୍ବାରା ଯାହାପାଖରେ ସିମ୍ କାର୍ଡ ଅଛି ତାହାର ଲୋକେସନ୍ କ୍ରମାଗତ ଭାବରେ ଟ୍ରାସ୍ କରାଯାଉଛି । ଆଉ ଏହି ଇନଫରମେସନକୁ ଖୁଚୁରା ଦାମରେ ବିକୁଛନ୍ତି ସନ୍ଦିଗ୍ଧ । ଏହି ରିପୋର୍ଟ ହିଁ କହୁଛି ଫୁଟାଣି ମାରୁଥିବା ପାକିସ୍ତାନର ଡିଜିଟାଲ୍ ପ୍ରାଇଭେସି କେତେ ଷ୍ଟ୍ରଙ୍ଗ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୩ ରେ ପାକିସ୍ତାନ ଦୂରସଞ୍ଚାର ବିଭାଗ ଏନେଇ ସତର୍କ କରାଇଥିଲେ କିନ୍ତୁ ଏଭଳି ଗମ୍ଭୀର ସମସ୍ୟା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ । ତେବେ ପାକ୍ ଗୃହମନ୍ତ୍ରୀ ମୋହସିନ ନକଭୀ ବର୍ତ୍ତମାନ ଏହି ସମସ୍ୟା ଉପରେ ଦୃଷ୍ଟି ପକାଇ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ । ୧୪ ଜଣିଆ କମିଟି ଗଠନ କରି ସେ ଏହାର ଯାଞ୍ଚ୍ ଆରମ୍ଭ କରିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଲୋକ କହୁଛନ୍ତି ଯେ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ଭାରତକୁ ସମୟ ପଡ଼ିଲେ ନାଲିଆଖି ଦେଖାଉଛି କିନ୍ତୁ ନିଜ ମନ୍ତ୍ରୀଙ୍କ ଇଜ୍ଜତକୁ ଖୁଚୁରା ଦାମରେ ବିକ୍ରି କରୁଛି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe